The Ultimate Managed Hosting Platform
ADVERTISEMENT

ଆମେରିକାରେ ଗୁଳିମାଡ ; ୩ ମୃତ

Facebook
Twitter
LinkedIn

ୱାସିଂଟନ : ଆମେରିକାର ଏକ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଗୁଳିମାଡ । ଲସ ଭେଗାସର ଏକ ବିଶ୍ୱବିଦ୍ୟୀଳୟ କ୍ୟାମ୍ପସରେ ଦୁର୍ବୁତ୍ତର ଗୁଳିମାଡ । ଗୁଳିମାଡରେ ୩ ମୃତ , ଅନ୍ୟ ଜଣେ ଗୁରୁତର ଆହତ । ସୂଚନା ମୁତାବକ, ଏହି ଆକ୍ରମଣ ପରେ ସନ୍ଦିଗ୍ଧ ଆକ୍ରମଣକାରୀ ମଧ୍ୟ ପ୍ରାଣ ହରାଇଛନ୍ତି।
ଘଟଣା ସମ୍ପର୍କରେ ସୂଚନା ଦେଇ ଲସ୍ ଭେଗସ୍ ମେଟ୍ରୋପଲିଟାନ୍ ପୋଲିସ କହିଛି ଯେ ଘଟଣାସ୍ଥଳରେ ଉପସ୍ଥିତ ଅନୁସନ୍ଧାନକାରୀଙ୍କ ମୁତାବକ, ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ତେବେ ପୋଲିସ ଏହା ସ୍ପଷ୍ଟ କରିନାହିଁ କି, ସନ୍ଦିଗ୍ଧ ନିଜକୁ ନିଜେ ମାରିଛନ୍ତି ନା ପୋଲିସ ତାଙ୍କୁ ଗୁଳି କରିଛି।ପ୍ରଶାସନ ତରଫରୁ ବିଶ୍ୱବିଦ୍ୟାଳୟକୁ ଖାଲି କରାଯାଇ ସମସ୍ତଙ୍କୁ ସୁରକ୍ଷିତ ଜାଗାକୁ ପଠାଯାଇଛି। ଏହାପୂର୍ବରୁ ବିଶ୍ୱବିଦ୍ୟାଳୟର ଲି ବିଜନେସ୍ ସ୍କୁଲରେ ମଧ୍ୟ ଗୁଳିକାଣ୍ଡ ଖବର ସାମ୍ନାକୁ ଆସିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login