ଉତ୍ତରାଖଣ୍ଡ : ଦିନକୁ ଦିନ ଉତ୍ତରାଖଣ୍ଡରେ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି । ଉତ୍ତରାଖଣ୍ଡ ନୈନିତାଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନୋଏଡାରୁ ନୈନିତାଲ ବୁଲିବାକୁ ଆସିଥିବା ଏଚସିଏଲ କମ୍ପାନୀର କର୍ମଚାରୀ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏମାନେ ଯାଉଥିବା ଗାଡିଟି ନୈନିତାଲର କାଲାଡୁଙ୍ଗୀରୁ ଫେରୁଥିବା ବେଳେ ଓଲଟି ପଡିଥିଲା । ଫଳରେ ୨ ଜଣ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ରହିଛନ୍ତି । ଅନ୍ୟ ୨୨ ଜଣ ଆହତଙ୍କୁ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଏସପି ଟ୍ରାଫିକ ନୈନିତାଲ ଜଗଦୀଶ ଚନ୍ଦ୍ର କହିଛନ୍ତି, ଡ୍ରାଇଭରକୁ ପଚରାଉଚରା ଚାଲିଛି । ଟେମ୍ପୋର ବ୍ରେକ ଫେଲ ହେବାକୁ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି । ଘଟଣାରେ ୨ ଜଣ ଯୁବତୀଙ୍କର ମୃତ୍ୟୁ ହୋଇଛି । ତାଙ୍କ ପରିଜନଙ୍କୁ ଖବର ଦିଆଯାଇଛି । ଦୁଇଜଣ ଗମ୍ଭୀର ରୂପେ ଆହତ ହୋଇଥିବା ବେଳେ ଅନ୍ୟମାନଙ୍କୁ କାଲାଡୁଙ୍ଗୀ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି ।
Views: 89











