ନୂଆଦିଲ୍ଲୀ : ମିଜୋରାମକୁ ଛାଡି ୪ ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ୪ଟି ରାଜ୍ୟର ନିର୍ବାଚନରେ ବିଜେପିର ୩-୧ରେ ବାଜିମାତ । ରାଜସ୍ଥାନ, ଛତିଶଗଡରେ କଂଗ୍ରେସ ହାତରୁ ଛଡାଇ ଆଣିଲା କ୍ଷମତା । ମଧ୍ୟପ୍ରଦେଶରେ କ୍ଷମତା ବଜାୟ ରଖିଲା ବିଜେପି । ତେଲେଙ୍ଗାନାରେ ବିଆରଏସ ବିପକ୍ଷରେ କଂଗ୍ରେସର ସାନ୍ତ୍ୱନା ମୂଳକ ବିଜୟ ।
ରାଜସ୍ଥାନରେ କଂଗ୍ରେସର ୨ ଶୀର୍ଷ ନେତା ଗେହଲଟ ଓ ପାଇଲଟ ବିଜୟୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେପିର ବସୁନ୍ଧରା ରାଜେ ମଧ୍ୟ ବିଜୟୀ । ବିଜେପିର ୨ ୟଙ୍ଗ ଷ୍ଟାର ଦିୟା କୁମାରୀ , ବାବା ବାଲକନାଥ ଜିତିଲେ । ମଧ୍ୟପ୍ରଦେଶରେ କ୍ଷମତା ବଜାୟ ସହ ଜିତିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଶିବରାଜ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଜିତିଲେ । କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ମଧ୍ୟ ବିଜୟୀ ଘୋଷିତ । କଂଗ୍ରେସର ଭେଟେରାନ କମଲନାଥ ମଧ୍ୟ ବିଜୟୀ ।
Views: 78











