ନୂଆପଡା : ସୁନାବେଡା ଅଭୟାରଣ୍ୟରେ ପୁଣି ବାଘ ଆତଙ୍କ । ସୋସେଙ୍ଗ ଗାଁରେ ଜଣଙ୍କ ଗୁହାଳରେ ପଶି ବାଛୁରୀକୁ ଖାଇଲା ବାଘ । କଟିଙ୍ଗ ପାଣି ଗାଁ ପାଖରେ ବାଘ ବୁଲୁଥିବା ଭିଡିଓ ଭାଇରାଲ । ଗ୍ରାମବାସୀ ଆତଙ୍କିତ , ଗାଁରେ ବନବିଭାଗର ପାଟ୍ରୋଲିଂ । ଅନ୍ୟପଟେ ଆଜି ମୁନିଗୁଡା ରେଞ୍ଜ ଶିବପଦର ପଞ୍ଚାୟତ ବନ୍ଧଗୁଡ଼ା ଜଙ୍ଗଲ ଓ ମୁନିଗୁଡ଼ା ଅମ୍ପାଦଳା ରାସ୍ତା ଜଙ୍ଗଲ ମଧ୍ୟରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଥିଲା। ବାଘଟି ଏକ ମଇଁଷି ଛୁଆକୁ ମାରି ଖାଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖବରପାଇ ବନବିଭାଗ ଦହିଖାଲ, ବନ୍ଧଗୁଡା, ଚିଚାଙ୍ଗବୋରି ଓ ଏହାର ଆଖପାଖ ଅଞ୍ଚଳରେ ଲୋକଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଘରୁ ବାହାରକୁ ନବାହାରିବା ପାଇ ସଚେତନ କରାଉଛି।
Views: 74