The Ultimate Managed Hosting Platform
ADVERTISEMENT

ଅସ୍ତ୍ର ବିରତି ପରେ ପୁଣି ଯୁଦ୍ଧ

Facebook
Twitter
LinkedIn

ନୂଆଦିଲ୍ଲୀ : ୭ ଦିନ ଅସ୍ତ୍ର ବିରତି ପରେ ଇସ୍ରାଏଲ-ହମାସ ମଧ୍ୟରେ ପୁଣି ଯୁଦ୍ଧ ଆରମ୍ଭ । ଅସ୍ତ୍ର ବିରତି ସରିବାର ଘଣ୍ଟାଏ ଭଇତରେ ଇସ୍ରାଏଲ ସେନାର ଆକ୍ରମଣ । ଗାଜାରେ ଇସ୍ରାଏଲର ଘନ ଘନ ବୋମାମାଡ । ଶହେରୁ ଉର୍ଦ୍ଧ ଜଣଙ୍କ ମୃତ୍ୟୁ ହେଲାଣି । ହମାସ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ କରି ଇସ୍ରାଏଲର ଆକ୍ରମଣ । ବୁଧବାର ହମାସ ପ୍ରଥମେ ରକେଟ ମାଡ କରିଥିବା ଇସ୍ରାଏଲର ଅଭିଯୋଗ । ଗତ ୨୪ ତାରିଖରୁ ୩୦ ତାରିଖ ଯାଏଁ ଅସ୍ତ୍ର ବିରତି ହୋଇଥିଲା । ୭ ଦିନର ଅସ୍ତବିରତି ମଧ୍ୟରେ ଶତାଧିକ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି ।
ଇସ୍ରାଏଲ୍ ସେନା ଏକ ବୟାନରେ କହିଛି ଯେ ସେମାନେ ଗାଜା ଅଞ୍ଚଳରେ ପୁଣିଥରେ ହମାସ ବିରୋଧରେ ଲଢ଼େଇ ଆରମ୍ଭ କରିଛନ୍ତି। ସେନା ଦାବି କରିଛି, ହମାସ୍ ଇସ୍ରାଏଲ ଅଞ୍ଚଳରେ ପ୍ରଥମେ ଗୁଳି ଚଳାଇ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସେପଟେ ଇସ୍ରାଏଲ ଗାଜାରୁ ଛଡ଼ାଯାଇଥିବା ଏକ ରକେଟକୁ ବି ଖସାଇ ଦେଇଛି। ଆଶା କରାଯାଉଥିଲା କି, ଯୁଦ୍ଧବିରାମ ଆଗକୁ ମଧ୍ୟ ବଢ଼ିପାରେ। କିନ୍ତୁ ଏହା ହୋଇପାରିଲା ନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login