ପାରାଦୀପ : ପାରାଦୀପରେ ଲାଗିଥିବା ଜାହାଜରେ ୨୨ଟି ପ୍ୟାକେଟ ମିଳିବା ଘଟଣା । ଯାଞ୍ଚପରେ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ ଥିବା ସ୍ପଷ୍ଟ । ସମସ୍ତ ପ୍ୟାକେଟରେ କୋକେନ ଥିବା କଷ୍ଟମ୍ସ ଯାଞ୍ଚରୁ ସ୍ପଷ୍ଟ । ପାରାଦୀପ ଜାହାଜରେ ୨୦୦ କୋଟିର କୋକେନ । ପାରାଦୀପ ଜାହାଜରେ ୨୦୦ କୋଟିର କୋକେନଷ୍ଟିଲ ପ୍ଲେଟ ଆଣି ଆସିଥିବା ଏମଭି ଦେବୀ ଜାହାଜରୁ ପ୍ୟାକେଟ ମିଳିଛି । ଇଣ୍ଡୋନେସିଆ ଗ୍ଲେସିକ ବନ୍ଦରରୁ ଆସିଥିଲା ଜାହାଜ ଏମଭି ଦେବୀ । ପିଆଇସିଟି ବାର୍ଥରେ ଲାଗିଥିବା ଜାହାଜରୁ ମୋଟ ୨୨ ପ୍ୟାକେଟ ଜବତ ହୋଇଥିଲା । ଷ୍ଟିଲ ପ୍ଲେଟ ଆଣି ଆସିଥିବା ଏମଭି ଦେବୀ ଜାହାଜରୁ ଜବତ । ଜାହାଜର ସବୁ ଅପରେସନ ବନ୍ଦ ହୋଇଥିବା ବେଳେ କଷ୍ଟମ ଅଧିକାରୀ ତନାଘନା କରିଥିଲେ ।
Views: 74