The Ultimate Managed Hosting Platform
ADVERTISEMENT

ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ଵ ଏଡ୍ସ ଦିବସ ପାଳିତ

Facebook
Twitter
LinkedIn

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ଵ ଏଡ୍ସ ଦିବସ ପାଳିତ ।ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ, ଅତିଥି ଭାବରେ ଯୋଗଦେଇ ସଚେତନତା କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହି ଶିବିରରେ ଏ ଡି ଏମ ଡାକ୍ତର ଅଜୟ କୁମାର ସ୍ବାଇଁ,ଓମ୍ ପ୍ରକାଶ ମହାନ୍ତି,ବିଜୟ ଲକ୍ଷ୍ମୀ ସାମଲ ପ୍ରମୁଖ ଏଡ଼ସ ବିଷୟରେ ଲୋକ ମାନଙ୍କୁ ସଚେତନ କରାଇବା,ସମାଜରେ ସେମାନଙ୍କୁ ସମାନ ଅଧିକାର ସହିତ ବଞ୍ଚିବା ପାଇଁ ସଚେତନ କରିବା,ଏଡ୍ସ କଣ ଓ ଏହା କିଭଳି ହୁଏ,ଏହାର ନିରାକରଣ ସହିତ ଏଡ଼ସ ରୋଗରୁ ଦୂରେଇ ରହିବା ପାଇଁ ଏଡ଼ସ ବିଭାଗର କର୍ମଚାରୀ ମାନଙ୍କ ଠାରୁ ପରାମର୍ଶ ଗ୍ରହଣ କରିବା ଆଦି ସଚେତନତା କରାଯାଉଛି।ଏହି ଦିବସ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ମୁଖ୍ୟ ଚିକିତ୍ସାଳୟର ସଭାଗୃହ ଠାରେ ପହଞ୍ଚି ଥିଲା।ଏହି ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଏହି ସଚେତନତା କାର୍ୟ୍ୟକ୍ରମରେ ବିଭିନ୍ନ ନର୍ସିଂ ସ୍କୁଲର ଛାତ୍ର ଛାତ୍ରୀ,ବିଭାଗୀୟ ସ୍ବାସ୍ଥ୍ୟ ଅଧିକାରୀ ,ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମୀ ମାନେ ଯୋଗ ଦେଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login