ଆନନ୍ଦପୁର : ଟ୍ରକକୁ ପଛରୁ ପିଟିଲା ଭ୍ୟାନ । ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଆଉ ୮ ଗୁରୁତରଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନଏଚ ୨୦ ବାଲି ଯୋଡି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ତାରିଣୀ ଦର୍ଶନ ପାଇଁ ଦିଗପହଣ୍ଡିରୁ ଆସିଥିଲେ ୨୦ ଜଣ । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ବାପା,ପୁଅ ଓ ଝିଅ ଜ୍ବାଇଁ ରହିଥିବାବେଳେ ଅନ୍ୟ ଗୋଟିଏ ପରିବାରର ମାଆ,ପୁଅ ଝିଅ ରହିଛନ୍ତି ।
ବାୟାଘନ ଗୌଡ଼ ଓ ତାଙ୍କର ପୁଅ ମଦନ ଗୌଡ଼ଙ୍କର ମୃତ୍ୟୁ ହୋଇଥିବାବେଳେ ବାୟାଘନଙ୍କ ଝିଅ କାମିନି ଗୌଡ଼ ଓ ଜ୍ବାଇଁ ବାବୁଲା ଗୌଡ଼ଙ୍କର ମୃତ୍ୟୁ ହୋଇଛି । ସେହିପରି ମାଆ ମିତା ପ୍ରଧାନ ଓ ତାଙ୍କ ପୁଅ ଆକାଶ ପ୍ରଧାନ ଏବଂ ବୋହୂ ଲିଜା ପ୍ରଧାନଙ୍କର ମଧ୍ୟ ମୃତ୍ୟୁ ହୋଇଛି। ମୃତକ ପ୍ରଧାନ ପରିବାରର ସଦସ୍ୟ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ଯାଆ, ପୁତୁରା ଓ ପୁତୁରା ବୋହୂ ହୋଇଥିବା ସୂଚନା ମିଳିଛି।
Views: 96