The Ultimate Managed Hosting Platform
ADVERTISEMENT

ଯନ୍ତ୍ରୀଙ୍କ କୋଟିଏ ଟଙ୍କାର ବିଲ୍ଡିଂ, ଅଚଳାଚଳ ସମ୍ପତ୍ତି

Facebook
Twitter
LinkedIn

ଭୁବନେଶ୍ୱର : ଭୁନେଶ୍ୱର ଆରଡବ୍ଲ୍ୟୁଏସ ଆଣ୍ଡଏସର କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢୀଙ୍କ ବିପୁଳ ସମ୍ପତ୍ତି । ଭୁବନେଶ୍ୱର ଜାଗମରାରେ ୧ କୋଟି ୧୦ ଲକ୍ଷର ତିନି ମହଲା କୋଠା । ଆସ୍କାରେ ରହିଛି ମାର୍କେଟ କମ୍ପ୍ଲେକ୍ସ, ୩ ଲକ୍ଷ ୪୦ ହଜାର ଟଙ୍କା ନଗଦ ଠାବ । ଗୋଟିଏ ଚାରି ଚକିଆ, ୪ଟି ଦୁଇ ଚକିଆ ଯାନ, ୧୬ଟି ବ୍ୟାଙ୍କ ଆକାଉଣ୍ଟ ରହିଛି । ବୀମା, ପୋଷ୍ଟାଲ ଜମା, ଜମି/ପ୍ଲଟର ଚାଲିଛି ଯାଞ୍ଚ ।
ଆଜି ଭୁବନେଶ୍ୱରରେ ରେଡ ବେଳେ ପଡୋଶୀ ଛାତ ଦେଇ ଚମ୍ପଟ ମାରିଥିଲେ ଯନ୍ତ୍ରୀ । ଭୁବନେଶ୍ୱର ଆରଡବ୍ଲ୍ୟୁଏସ ଆଣ୍ଡ ଏସ କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢୀ । ଘରେ ଭିଜିଲାନ୍ସ ରେଡ ବେଳେ ଛାତ ଡେଇଁ ଚମ୍ପଟ ମାରିଥିଲେ । ଜାଗମରା ଘର ରେଡ ବେଳେ ପଡୋଶୀ ଛାତରୁ ଡେଇଁ ପଳାଇଥିଲେ । ରାତି ୪ଟାରେ ରେଡ ବେଳେ ଛାତରୁ ଡେଇଁ ଚମ୍ପଟ ମାରିଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଛି ଟିମ୍। ଭୁବନେଶ୍ୱର ଜାଗମରାରେ ଥିବା ଭିଲ୍ଲା, ଅଫିସ ଓ ଆସ୍କାରେ ଥିବା ପୈତୃକ ଘରେ ରେଡ୍ ଚାଲିଛି। ଚଢ଼ାଉରେ ୬ ଡିଏସ୍ ପି, ୩ ଇନ୍ସପେକ୍ଟର, ୭ ଜଣ ଏଏସଆଇ ସାମିଲ ଅଛନ୍ତି। ଆଜି ସକାଳେ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀଙ୍କ ଘରେ ରେଡ୍ କରିଥିଲା ଟିମ୍। ତେବେ ଭିଜିଲାନ୍ସ ଅଧିକାରୀ କବାଟ ବାଡେଇବାରୁ ଛାତରୁ ଡେଇଁ ଚମ୍ପଟ ମାରିଥିଲେ ଜେଇ। ଘର ଛାଡି ପାଖ ପଡୋଶୀଙ୍କ ଘରେ ଲୁଚିଥିବାବେଳେ ତାଙ୍କୁ ନିଜ ହେପାଜତକୁ ନେଇଛି ଭିଜିଲାନସ। ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login