The Ultimate Managed Hosting Platform
ADVERTISEMENT

ଧରା ପଡିଲେ ଛାତ ଡେଇଁ ଚମ୍ପଟ ଜେଇ

Facebook
Twitter
LinkedIn

ଭୁବନେଶ୍ୱର : ଧରାପଡିଲେ ଛାତ ଡେଇଁ ଚମ୍ପଟ ଜେଇ । ଭୁବନେଶ୍ୱର ଆରଡବ୍ଲ୍ୟୁଏସ ଆଣ୍ଡ ଏସ କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢୀ । ଘରେ ଭିଜିଲାନ୍ସ ରେଡ ବେଳେ ଛାତ ଡେଇଁ ଚମ୍ପଟ ମାରିଥିଲେ । ଜାଗମରା ଘର ରେଡ ବେଳେ ପଡୋଶୀ ଛାତରୁ ଡେଇଁ ପଳାଇଥିଲେ । ରାତି ୪ଟାରେ ରେଡ ବେଳେ ଛାତରୁ ଡେଇଁ ଚମ୍ପଟ ମାରିଥିଲେ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଛି ଟିମ୍। ଭୁବନେଶ୍ୱର ଜାଗମରାରେ ଥିବା ଭିଲ୍ଲା, ଅଫିସ ଓ ଆସ୍କାରେ ଥିବା ପୈତୃକ ଘରେ ରେଡ୍ ଚାଲିଛି। ଚଢ଼ାଉରେ ୬ ଡିଏସ୍ ପି, ୩ ଇନ୍ସପେକ୍ଟର, ୭ ଜଣ ଏଏସଆଇ ସାମିଲ ଅଛନ୍ତି। ଆଜି ସକାଳେ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀଙ୍କ ଘରେ ରେଡ୍ କରିଥିଲା ଟିମ୍। ତେବେ ଭିଜିଲାନ୍ସ ଅଧିକାରୀ କବାଟ ବାଡେଇବାରୁ ଛାତରୁ ଡେଇଁ ଚମ୍ପଟ ମାରିଥିଲେ ଜେଇ। ଘର ଛାଡି ପାଖ ପଡୋଶୀଙ୍କ ଘରେ ଲୁଚିଥିବାବେଳେ ତାଙ୍କୁ ନିଜ ହେପାଜତକୁ ନେଇଛି ଭିଜିଲାନସ। ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login