ଭୁବନେଶ୍ୱର : ଆନ୍ଦୋଳନରେ ବସିଥିବା ପ୍ରଯୋଜିକା ସନଲିଶା ଆନ୍ଦୋଳନରୁ ପ୍ରତ୍ୟାହୃତ ହେଲେ । ଓଡ଼ିଆ ଫିଲ୍ମ ବଞ୍ଚାଇବା ପାଇଁ ବିଧାନସଭା ଆଗରେ ଚାଲିଥିବା ଆନ୍ଦୋଳନ ହେଲା ବନ୍ଦ। ପ୍ରଥା ଫିଲ୍ମ ପ୍ରଯୋଜିକା ସନଲିଶା ପଟେଲ ଆରମ୍ଭ କରିଥିଲେ ଏହି ଆନ୍ଦୋଳନ। ଏଥିରେ ବହୁ କଳାକାର ସାମିଲ ହୋଇଛନ୍ତି। ଆଜି ସନଲିଶା ଙ୍କ ସହ ପ୍ରଖ୍ୟାତ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ମହେଶ୍ୱତା ରାୟ, ଅଖିଳ ପଟ୍ଟନାୟକ, ବୁଦ୍ଧାଦିତ୍ୟ ମହାନ୍ତି ପ୍ରମୁଖ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଭେଟିଥିଲେ। ସନ ଲିଶା ଓ ବରିଷ୍ଠ କଳାକାର ରଖିଥିବା ପାଞ୍ଚ ଦଫା ଦାବି ନେଇ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏ ନେଇ ଦାବିକୁ ପୁରଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ସନଲିଶା ଓ ବରିଷ୍ଠ କଳାକାର କହିଛନ୍ତି।
Views: 69