The Ultimate Managed Hosting Platform
ADVERTISEMENT

ଗାଜାରେ ପୁଣି ୨ ଦିନ ବଢିଲା ଯୁଦ୍ଧ ବିରାମ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଉ ଦୁଇ ଦିନ ବଢ଼ିଲା ଇସ୍ରାଏଲ – ହମାସ ଯୁଦ୍ଧ ବିରାମ। ପୂର୍ବ ଚୁକ୍ତି ଅନୁସାରେ ଗତକାଲି ଶେଷ ହେଉଥିଲା ୪ ଦିନିଆ ଯୁଦ୍ଧ ବିରାମ। ଆଉ ଦୁଇ ଦିନ ବଢ଼ିବା ନେଇ କତାର ପକ୍ଷରୁ ସୂଚନା ଦିଆଯାଇଥିଲା । ହମାସ- ଇସ୍ରାଏଲ ଆଲୋଚନାରେ ମଧ୍ୟସ୍ଥତା କରୁଛି କତାର। ଯୁଦ୍ଧ ବିରାମ ବଢ଼ିବା ପରେ ଗତକାଲି ରାତିରେ ଇସ୍ରାଏଲର ଆଉ ୧୧ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ । ପ୍ରତିବଦଳରେ ଜେଲରେ ଥିବା ୩୩ ପାଲେଷ୍ଟାଇନ ବନ୍ଦୀଙ୍କୁ ଛାଡିଛି ଇସ୍ରାଏଲ୍ । ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ । ପ୍ରତିବଦଳରେ ଏଯାଏ ମୋଟ୍ ୧୫୦ ଜଣ ପାଲେଷ୍ଟାଇନ ନାଗରିକଙ୍କୁ ଜେଲରୁ ମୁକ୍ତ କଲାଣି ଇସ୍ରାଏଲ।
ଯୁଦ୍ଧ ବିରାମ ସର୍ତ୍ତ ମୁତାବକ, ୪ ଦିନ ଭିତରେ ପର୍ୟ୍ୟାୟକ୍ରମେ ୫୦ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ହମାସ ଛାଡ଼ିବାର ଥିଲା। ପ୍ରତିବଦଳରେ ୧୫୦ ଜଣ ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରିଥାନ୍ତା ହମାସ। ଆଉ ୨୦ ପଣବନ୍ଦୀଙ୍କୁ ମୁକ୍ତି ବଦଳରେ ଅଧିକ ଦୁଇ ଦିନ ଯୁଦ୍ଧ ବିରାମ ପାଇଁ ରାଜି ହୋଇଛି ଇସ୍ରାଏଲ। ଯୁଦ୍ଧ ବିରାମ ବଢ଼ାଇବାକୁ ଅନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ହୋଇଥିଲା। ଯୁଦ୍ଧ ବିରାମ ବେଳେ ଗାଜାକୁ ଅନ୍ତର୍ଜାତୀୟ ମାନବୀୟ ସହାୟତା ବଢ଼ୁଛି। ଅଧିକ ରିଲିଫ ଟ୍ରକ ଆସି ପାରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଖବର ଗୁଜବ, ମୁଁ ସୁସ୍ଥ : ଜୁଏଲ ଓରାମ

ଆଉ ନିର୍ବାଚନ ଲଢିବିନି , ଏଥର ଯୁବପିଢୀଙ୍କୁ ସୁଯୋଗ ଦେବି : ଜୁଏଲ

ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବିନି କହିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲଙ୍କ ବୟାନ । ଗତ ନିର୍ବାଚନ...

ADVERTISEMENT

Login