ଭୁବନେଶ୍ୱର : ବିଜେଡିରେ ଭିକେ ପାଣ୍ଡିଆନ । କାର୍ତ୍ତିକ ପୂର୍ଣ୍ଣିମାରେ ଶଙ୍ଖ ଧରିଲେ କାର୍ତ୍ତିକେୟ ପାଣ୍ଡିଆନ । ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେଲେ । ନବୀନ ନିବାସ ଯାଇ ବିଜେଡିରେ ଯୋଗ ଦେଲେ । ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସାମିଲ ହେଲେ ।
ଭି.କେ ପାଣ୍ଡିଆନଙ୍କ ନୂଆ ଇନିଂସ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦାନ ଆରମ୍ଭ କରିବା ପରେ ପାର୍ଟି କାର୍ୟ୍ୟ ଆରମ୍ଭ କରିଛନ୍ତି। ଲୋକସେବା ଭବନର ଥାର୍ଡ ଫ୍ଲୋରରୁ ଯାଇ ଶଙ୍ଖ ଭବନରେ ବସିଛନ୍ତି। ସେଠାରେ ଆରମ୍ଭ ହୋଇଛି ନୂଆ ଯାତ୍ରା।
ପାର୍ଟି ଅଫିସରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ପାଣ୍ଡିଆନ୍ ୱେଲକମ୍ , ଜୟ ଜଗନ୍ନାଥ କହି ପାଣ୍ଡିଆନଙ୍କୁ ବିଜେଡି ପାର୍ଟି ଅଫିସରେ ସ୍ବାଗତ କରାଯାଇଥିଲା। ଶଙ୍ଖ ଭବନ ପରିସରରେ ପ୍ରଥମେ ପ୍ରଭୁ ଗଣେଶଙ୍କୁ ମୁଣ୍ଡିଆ ମାରି ଶଙ୍ଖ ଭବନ ଭିତରେ ପ୍ରବେଶ କରିଥିଲେ ପାଣ୍ଡିଆନ। ଶଙ୍ଖ ଭବନ ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ଆର୍ଶୀବାଦ ଭିକ୍ଷା କରିଥିଲେ।
ଏହା ପରେ ଶଙ୍ଖ ଭବନରେ ନିଜ ଚାମ୍ବରରେ ମହାପ୍ରଭୁଙ୍କ ଆର୍ଶୀବାଦ ନେଇ ପାର୍ଟି କାମ ଆରମ୍ଭ କରିଥିଲେ। ବିଜେଡିର ସବୁ ବରିଷ୍ଠ ନେତା, ମନ୍ତ୍ରୀ, ବିଧାୟକ ତାଙ୍କୁ ଶଙ୍ଖ ଭବନରେ ଭେଟି ନୂଆ ଇନିଂସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପାଣ୍ଡିଆନଙ୍କ ଯୋଗଦାନ ବିଜେଡି ପାଇଁ କେତେ ଗୁରୁତ୍ବପୂର୍ଣ୍ଣ। ୨୦୨୪ ନିର୍ବାଚନରେ କଣ ରହିବ ତାଙ୍କର ଭୂମିକା। ଆଗକୁ ନିର୍ବାଚନ ଲଢିବେ କି ପାଣ୍ଡିଆନ। ଯଦି ଲଢିବେ କେଉଁଠୁ ଲଢିବେ। ଏପରି ବହୁ ପ୍ରଶ୍ନ ଓଡ଼ିଶାବାସୀଙ୍କ ମନରେ ଥିବାବେଳେ ପାଣ୍ଡିଆନଙ୍କ ଉପରେ ମଧ୍ୟ ରହିଛି ଉତ୍ତର ଦାଇତ୍ୱ ।
ବିଜେଡିରେ ପାଣ୍ଡିଆନ, ଆରମ୍ଭ କଲେ ପାର୍ଟି କାର୍ଯ୍ୟ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







