ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ନୈନିତାଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୋଟାବାଗ ଅଞ୍ଚଳରେ ଦେବିପୁରା-ସୌର ରାସ୍ତାରେ କାର ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ଫଳରେ ୫ ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ପୋଲିସ ମୃତକଙ୍କ ପରିଚୟ ଖୋଜୁଛି । ଖବର ମୁତାବକ, ଉତ୍ତରାଖଣ୍ଡ ନୈନିତାଲ କୋଟାବାଗ ବ୍ଲକ ଦେବିପୁରା-ସୌରା ରୋଡରେ ବିଳମ୍ବିତ ରାତିରେ ଏକ କାର ଗଭୀର ଖାଇକୁ ଖସିପଡିଥିଲା । ଏଥିରେ ୫ ଜଣ ଲୋକ ରହିଥିଲେ । ସମସ୍ତଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ପୋଲିସ ଏବଂ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିଚୟ ଖୋଜୁଛି । ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ଜିଲ୍ଲାପାଳ ବନ୍ଦନା ସିଂ କହିଛନ୍ତି । ତେବେ ପୋଲିସ ଏବେ ବି ମୃତଦେହର ପରିଚୟ ଖୋଜୁଛି ।
Views: 68