
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସଂକ୍ରମଣ | ଗତ ୨୪ ଘଣ୍ଟା ମଧ୍ୟରେ ୧0 ହଜାର ୩ ଶହ ୬୮ ଜଣ କରୋନା ସଂକ୍ରମିତ ଚି଼ହ୍ନଟ, ୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି | କେବଳ ଖୋର୍ଦ୍ଧାରୁ ସର୍ବମୋଟ ୩ ହଜାର ୩୬ ଜଣ ନୂଆ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି | ରାଜ୍ୟରେ ୨୪ ଘଣ୍ଟାରେ ୭୪ ହଜାର ୨୩୪ କୋଭିଡ ଟେଷ୍ଟିଂ ହୋଇସାରିଛି | ବର୍ତ୍ତମାନ ସୁଦ୍ଧା ଆକ୍ଟିଭ୍ କେସ୍ ରହିଛି ୮୮ ହଜାର ୩୪୬ | ଟିପିଆର ରେଡ ଜୋନରେ ୨୩ଟି ଜିଲ୍ଲା ରହିଥିବା ବେଳେ ଆକ୍ଟିଭ କେସ୍ ରେଡ୍ ଜୋନରେ ୫ଟି ଜିଲ୍ଲା ରହିଛି । ଆକ୍ଟିଭ କେସର ୨ ପ୍ରତିଶତ ହସପିଟାଲରେ ଭର୍ତ୍ତି ହେଉଛନ୍ତି | ଏବଂ ହସ୍ପିଟାଲରେ ୯୦ ପ୍ରତିଶତ ବେଡ ଖାଲି ରହିଛି | ୦ ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଅଛନ୍ତି ୧ ହଜାର ୯୦ ।
Views: 251