ନବରଙ୍ଗପୁର : ଟନେଲରେ ଫସିଥିବା ଶ୍ରମିକଙ୍କ ଭାଇ ଗଲେ ଉତ୍ତରାଖଣ୍ଡ । ଡାବୁଗାଁ ତାଳବେଡା ଗାଁର ଭଗବାନ ଭତ୍ରାଙ୍କ ସମ୍ପର୍କୀୟ ଭାଇଙ୍କୁ ନିଆଗଲା । ଜିଲ୍ଲା ଶ୍ରମ ଅଧିକାରୀ ଆସି ସମ୍ପର୍କୀୟ ଭାଇଙ୍କୁ ସାଥିରେ ନେଲେ । ବିମାନରେ ଉତ୍ତରାଖଣ୍ଡ ନେବା ଲାଗି ବ୍ୟବସ୍ଥା ହୋଇଥିବା ସୂଚନା ।
ଜୀବନ ସହ ୧୩ ଦିନର ସଂଘର୍ଷ ପରେ ସୁଡ଼ଙ୍ଗରୁ ବାହାରକୁ ଆସିବେ ୪୧ ଶ୍ରମିକ। ନୂଆ ସକାଳ ସନ୍ନିକଟ ହେଉଛନ୍ତି ଶ୍ରମିକ। ଉଦ୍ଧାର କାର୍ୟ୍ୟ ପ୍ରାୟ ଚୂଡ଼ାନ୍ତ ପର୍ୟ୍ୟାୟରେ। ଶ୍ରମିକଙ୍କ ପାଖରେ ପହଞ୍ଚିବେ ଉଦ୍ଧାରକାରୀ ଟିମ୍। ତେବେ ଡ୍ରିଲିଂ କାର୍ୟ୍ୟରେ ପ୍ରତିବନ୍ଧକ ଯୋଗୁଁ ଉଦ୍ଧାରକାର୍ୟ୍ୟ ବିଳମ୍ବ ହେଉଛି। ପ୍ରାୟ ୫୦ ମିଟର ପର୍ୟ୍ୟନ୍ତ ଖନନ ଶେଷ ହୋଇଥିଲା। କିନ୍ତୁ ହଠାତ୍ ୪ଟି ବଡ଼ ଲୁହା ରଡ୍ ପଡ଼ିବା ଯୋଗୁ ଅଗର ମେସିନ୍ ବ୍ଲେଡ୍ ଭାଙ୍ଗିଯାଇଥିଲା। ଡ୍ରିଲିଂ ଶେଷ ହେବା ପରେ ବଡ଼ ପାଇପ୍ ଦେଇ ଶ୍ରମିକଙ୍କୁ ଷ୍ଟ୍ରେଚର ଯୋଗେ ବାହାରକୁ ଅଣାଯିବ। ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଉତ୍ତରକାଶୀ ରେସକ୍ୟୁ ଅପରେସନ୍।
Views: 93











