ବାଙ୍ଗିରିପୋଷି : ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଥୁରୀ ଅଞ୍ଚଳରେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ପଥୁରୀ ଗ୍ରାମର ରବିନ ଦେହୁରୀ ଭୋରରୁ ମାଲିକ ଡାକିବାରୁ ଟ୍ରାକ୍ଟର ନେଇ କାର୍ୟ୍ୟ କରିବାକୁ ଯାଇଥିଲେ। ତେବେ କୌଣସି କାରଣବଶତଃ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ । ଟ୍ରାକ୍ଟରଟି ଏକ ଖାଲରେ ପଡିଯିବାରୁ ରବିନ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ । ଖବର ପାଇ ତାଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାଙ୍ଗିରିପୋଷି ପୁଲିସ ଟ୍ରାକ୍ଟରଟିକୁ ଜବତ କରି କେସ ନମ୍ବର ୩୩୯ ମାମଲା ରୁଜୁ କରିବା ସହିତ ଉକ୍ତ ଘଟଣାର ତଦନ୍ତ ଚଳାଇଥିବର ଜଣା ପଡିଛି ।
Views: 75