The Ultimate Managed Hosting Platform
ADVERTISEMENT

ଟନେଲ ଟ୍ରାଜେଡି : ଉଦ୍ଧାର କାର୍ଯ୍ୟରେ ଡ୍ରୋନ

Facebook
Twitter
LinkedIn

ୟୁପି : ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି । ଉଦ୍ଧାର କାର୍ଯ୍ୟରେ ନିଆଗଲେ ଡ୍ରୋନ ଜ୍ଞାନକୈାଶଳର ସହାୟତା । ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିବା ପରେ ସୁଡଙ୍ଗ ଭିତରକୁ ଛଡାଗଲା ଡ୍ରୋନ । ବେଙ୍ଗଲୁରୁରୁ ଆସିଥିବା ଡ୍ରୋନ ସୁଡଙ୍ଗ ଭିତରକୁ ଛଡାଗଲା । ସୁଡଙ୍ଗ ଭିତରେ କଣ ସମସ୍ୟା ରହିଛି ଅବଗତ କରିବ ଡ୍ରୋନ । ୧୩ ଦିନ ହେବ ସୁଡଙ୍ଗ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ ।
ଟନେଲ ବାହାରେ ପ୍ରତୀକ୍ଷା କରିଛି ୪୧ଟି ଆମ୍ବୁଲାନ୍ସ। ଶ୍ରମିକମାନେ ବାହାରିବା କ୍ଷଣି ସେମାନଙ୍କୁ ଏକ ଅସ୍ଥାୟୀ ହସ୍ପିଟାଲକୁ ନିଆଯିବ। ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି। ୪୧ଟି ବେଡ୍ ସହ ହସ୍ପିଟାଲ ବି ପ୍ରସ୍ତୁତ ରହିଛି। ସମସ୍ତ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ। ୧୩ ଦିନ ଧରି ଉତ୍ତରକାଶୀ ଟନେଲ ଭିତରେ ସଂଘର୍ଷ କରୁଛନ୍ତି ୪୧ ଜଣ ଶ୍ରମିକ।
ଆଉ ମାତ୍ର କିଛି ସମୟର ଅପେକ୍ଷା। ଜୀବନ ସହ ୧୩ ଦିନର ସଂଘର୍ଷ ପରେ ସୁଡ଼ଙ୍ଗରୁ ବାହାରକୁ ଆସିବେ ୪୧ ଶ୍ରମିକ। ନୂଆ ସକାଳ ସନ୍ନିକଟ ହେଉଛନ୍ତି ଶ୍ରମିକ। ଉଦ୍ଧାର କାର୍ୟ୍ୟ ପ୍ରାୟ ଚୂଡ଼ାନ୍ତ ପର୍ୟ୍ୟାୟରେ। ଶ୍ରମିକଙ୍କ ପାଖରେ ପହଞ୍ଚିବେ ଉଦ୍ଧାରକାରୀ ଟିମ୍। ତେବେ ଡ୍ରିଲିଂ କାର୍ୟ୍ୟରେ ପ୍ରତିବନ୍ଧକ ଯୋଗୁଁ ଉଦ୍ଧାରକାର୍ୟ୍ୟ ବିଳମ୍ବ ହେଉଛି। ପ୍ରାୟ ୫୦ ମିଟର ପର୍ୟ୍ୟନ୍ତ ଖନନ ଶେଷ ହୋଇଥିଲା। କିନ୍ତୁ ହଠାତ୍ ୪ଟି ବଡ଼ ଲୁହା ରଡ୍ ପଡ଼ିବା ଯୋଗୁ ଅଗର ମେସିନ୍ ବ୍ଲେଡ୍ ଭାଙ୍ଗିଯାଇଥିଲା। ଡ୍ରିଲିଂ ଶେଷ ହେବା ପରେ ବଡ଼ ପାଇପ୍ ଦେଇ ଶ୍ରମିକଙ୍କୁ ଷ୍ଟ୍ରେଚର ଯୋଗେ ବାହାରକୁ ଅଣାଯିବ। ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଉତ୍ତରକାଶୀ ରେସକ୍ୟୁ ଅପରେସନ୍।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login