The Ultimate Managed Hosting Platform
ADVERTISEMENT

ଦିଲ୍ଲୀରୁ ବିହାର ଅଭିମୁଖେ ଯାଉଥିବା ଟ୍ରେନରେ ଲାଗିଲା ନିଆଁ , ୧୯ ଆହତ

Facebook
Twitter
LinkedIn

ଇଟାୱା: ଗୁରୁବାର ପୂର୍ବାହ୍ନରେ ଉତ୍ତର ପ୍ରଦେଶର ଇଟାୱା ଅଞ୍ଚଳରେ ‘ଦିଲ୍ଲୀ-ସହରସା ବୈଶାଳୀ ସୁପର୍ଫାଷ୍ଟ୍ ଏକ୍ସପ୍ରେସ୍’ର ଗୋଟିଏ କୋଚରେ ଲାଗିଲା ନିଆଁ । ନିଆଁ ଲାଗିଯିବାରୁ ଅନ୍ୟୂନ ୧୯ଜଣ ଯାତ୍ରୀ ଆହତ ହୋଇଥିବାର ସୂଚନା ରହିଛି । ରେଳବାଇ ‘ସିଓ’ ଉଦୟ ଶଙ୍କର କହିଛନ୍ତି, ଟ୍ରେନଟି ଦିଲ୍ଲୀରୁ ବିହାରର ସହରସାକୁ ଯାଉଥିବା ବେଳେ ରାତି ପ୍ରାୟ ୨.୩୦ରେ ପାଣ୍ଟ୍ରି କାର୍ ନିକଟରେ ଥିବା ‘ଏସ୍୬’ କୋଚରେ ନିଆଁ ଲାଗିଯାଇଥିଲା। ନିଆଁ କାହିଁକି ଲାଗିଲା, ତାହା ହଠାତ୍ ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, ଏହା ହେଉଛି ଇଟାୱାରେ ଟ୍ରେନ୍ ଅଗ୍ନିକାଣ୍ଡ ସମ୍ବନ୍ଧୀୟ ଦ୍ବିତୀୟ ଘଟଣା। ବୁଧବାର ଦିନ ଏଠାରେ ‘ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ୍ ଏକ୍ସପ୍ରେସ୍’ର ୩ଟି ବଗିରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଅଳ୍ପ କେତେଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ ବୋଲି ସରକାରୀ ଅଧିକାରୀମାନେ କହିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login