The Ultimate Managed Hosting Platform
ADVERTISEMENT

ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

Facebook
Twitter
LinkedIn

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାପାଳ ସଦଭାବନ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାରୁଲ ପଟାୱାରୀ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ପରିଷଦ ଅଧକ୍ଷ ମନୋଜ କୁମାର ଭୋଇ, ଜଗତସିଂହପୁର ପୌରପରିଷଦର ଅଧ୍ୟକ୍ଷା ଅର୍ଚ୍ଚନା ସିଂ, ଜିଲ୍ଲା ଲୋକ ସମ୍ପର୍କ ସୂଚନା ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ସହିତ ଅତିରିକ୍ତ ଜିଲ୍ଲା ଲୋକ ସମ୍ପର୍କ ସୂଚନା ଅଧିକାରୀଙ୍କ ସହିତ ଜିଲ୍ଲାର ସମସ୍ତ ବ୍ଲକର କାର୍ୟ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ରହି ଏହି କାର୍ୟ୍ୟକ୍ରମକୁ ସଫଳ ମଣ୍ଡିତ କରାଇଥିଲେ । ସମସ୍ତ ଅତିଥି ମାନେ ନିଜର ଅଭିଭାଷଣରେ ଗଣମାଧ୍ୟମର କାର୍ୟ୍ୟ ଶୈଳୀକୁ ପ୍ରଶଂସା କରିବା ସହିତ କିଭଳି ଭାବେ ଗଣମାଧ୍ୟମ ତୃଣମୂଳ ସ୍ତରରେ ଥିବା ସମସ୍ୟାକୁ ପ୍ରଶାସନର ଦୃଷ୍ଟି ଗୋଚର କରିବା ସହିତ ଏହାକୁ ଲୋକ ଲୋଚନକୁ ଆଣିଥାଏ ଓ ଏହି ସମସ୍ୟା ସମାଧାନ ନିମନ୍ତେ ମାର୍ଗ ଦର୍ଶକ ହୋଇଥାଏ ତାହାକୁ ନେଇ ପ୍ରଶଂସା କରିଥିଲେ । ଅନ୍ୟପଟେ କୃତ୍ରିମ ବୃଦ୍ଧିମତା ଯୁଗରେ ଗଣ ମାଧ୍ୟମ ତାର କାର୍ୟ୍ୟ ବୃଦ୍ଧି ପାଉଛି ଓ ଲୋକଙ୍କ ପାଖରେ ଶୀଘ୍ର ଗୁରୁତ୍ୱ ପୁର୍ଣ୍ଣ ଖବର ଦେବାରେ ସକ୍ଷମ ହୋଇପାରିଛି ତାହାକୁ ନେଇ ମଧ୍ୟ ଅତିଥି ମାନେ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଜଣାଇ ଥିଲେ । ଶେଷରେ ଗଣମାଧ୍ୟମର କିଛି ବରିଷ୍ଠ ସାମ୍ବାଦିକ ନିଜର ଅଭିଭାଷଣ ରଖି ଖବର ସଂଗ୍ରହ ଓ ସୂଚନା ଦେବା କ୍ଷେତ୍ରରେ ଗଣ ମାଧ୍ୟମ ଓ ପ୍ରଶାସନର କିଭଳି ଭାବେ ସବୁ କ୍ଷେତ୍ରରେ ସାହାଯ୍ୟ ଯୋଗାଇ ଦେବ ସେ ସମ୍ବନ୍ଧରେ ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚର କରାଇଥିବାର ଦେଖାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login