The Ultimate Managed Hosting Platform
ADVERTISEMENT

ଆସନ୍ତାକାଲି ବାତ୍ୟା ! ଓଡିଶାରେ ପ୍ରଭାବ ନାହିଁ

Facebook
Twitter
LinkedIn

ଭୁବନେଶ୍ୱର : ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା । ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । କାଲି ବାତ୍ୟାର ରୂପ ନେଇପାରେ ଗଭୀର ଅବପାତ । ତେବେ ଓଡିଶା ଉପରେ ବିଶେଷ ପ୍ରଭାବ ପଡିବ ନାହିଁ । ଦିଗ ପରିବର୍ତ୍ତନ କରିଥିବାରୁ ଓଡିଶାରେ ବାତ୍ୟାର ପ୍ରଭାବ ପଡିବ ନାହିଁ । ଉତ୍ତର-ଉତ୍ତର ପଶ୍ଚିମ ଦିଗ ମୁହାଁଇଥିବାରୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢୁଛି ଗଭୀର ଅବପାତ । ଏବେ ବିଶାଖାପାଟଣାରୁ ୩୮୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ, ପାରାଦୀପରୁ ୩୮୦ କିଲୋମିଟର ଦକ୍ଷିଣ ଓ ଦୀଘାରୁ ୫୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ ରହିଛି । ଗଭୀର ଅବପାତ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ପରେ ଅଧିକ ଘନୀଭୂତ ହେବା ସହ ବାଂଲାଦେଶ ଉପକୂଳ ମୁହାଁଇବ । ୧୮ ତାରିଖ ସକାଳେ ବାଂଲାଦେଶ ଉପକୂଳର ମୋଙ୍ଗଲା ଓ ଖେପୁରୁରା ମଝିରେ ଅତିକ୍ରମ କରିବା ସମ୍ଭାବନା ରହିଛି । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ଓ ଏହା ବଢ଼ି ୭୫ କିଲୋମିଟର ଛୁଇଁପାରେ । ଗଭୀର ଅବପାତ ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ହେଲାଣି । ପ୍ରବଳ ବର୍ଷା ନେଇ ଆଜି ୬ ଜିଲ୍ଲା ପୁରୀ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ବରକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୨ ଜିଲ୍ଲା ଭଦ୍ରକ ଓ ବାଲେଶ୍ବରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୩ ଜିଲ୍ଲା ମୟୂରଭଞ୍ଜ, ଯାଜପୁର ଓ କେନ୍ଦ୍ରାପଡ଼ାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ଅବପାତ ପ୍ରଭାବରେ ଅଶାନ୍ତ ହୋଇଛି ସମୁଦ୍ର । ପବନର ବେଗ ବଢିବ , ୧୮ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login