ନୂଆଦିଲ୍ଲୀ : ଥମୁନି ଯୁଦ୍ଧ । ବନ୍ଦ ହେବାର ନାଁ ମଧ୍ୟ ନେଉନି । କେହି ପଛକୁ ହଟିବାକୁ ନାରାଜ । ଗାଜାର ସବୁଠୁ ବଡ ହସ୍ପିଟାଲରେ ପୁଣି ଆକ୍ରମଣ କରିଛି ଇସ୍ରାଏଲ । ହସ୍ପିଟାଲ ପାଲଟୁଛି କବରସ୍ତାନ। ହମାସ ଆତଙ୍କବାଦୀଙ୍କୁ ଖୋଜିଖୋଜି ମାରୁଛି ଆଇଡିଏଫ । ହସ୍ପିଟାଲ ତଳେ ହମାସ ବୁଲେଟ ପ୍ରୁଫ ଏବଂ ଏକ୍ସପ୍ଲୋସିଭପ୍ରୁଫ ଟନେଲ ନିର୍ମାଣ କରିଥିବା ଦାବି କରିଛି ଆଇଡିଏଫ। ଯାହା ଭିତରେ ହମାସ ଫୋର୍ସ ଲୁଚି ରହିବା ସହ ଏଠାରୁ ଆକ୍ରମଣ କରୁଛନ୍ତି। ଏହି ଟନେଲ ଭିତରେ ପଣବନ୍ଦୀଙ୍କୁ ରଖିଥିବା ମଧ୍ୟ ଦାବି କରିଛି ଇସ୍ରାଏଲ ସେନା ।
ଇସ୍ରାଏଲ୍ ସେନାର ଅଲ୍-ଶିଫା ହସ୍ପିଟାଲ୍ ଚଢ଼ଉ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ସମ୍ପୂର୍ଣ୍ଣ ଦାୟୀ ବୋଲି ହମାସ୍ କହିଛି । ଅକ୍ଟୋବର ୭ ଆକ୍ରମଣ ମଧ୍ୟ ଟନେଲ ଭିତରୁ ଅପରେଟ ହୋଇଥିବା ଇସ୍ରାଏଲ କହିଛି । ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ରକେଟ ବର୍ଷା କରିଥିଲା ହମାସ । ଏହା ପରେ ଗାଜା ଉପରେ ଭୟଙ୍କର ପ୍ରତିଆକ୍ରମଣ କରୁଛି ଇସ୍ରାଏଲ । ଏପର୍ୟ୍ୟନ୍ତ ଗାଜାର ୧୧ ହଜାର ଲୋକଙ୍କ ଜୀବନ ଗଲାଣି ।
ଗାଜାର ହସ୍ପିଟାଲ ଉପରେ ଇସ୍ରାଏଲର ଆକ୍ରମଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











