ରାଜସ୍ଥାନ : ରାଜସ୍ଥାନର କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂ କୁନ୍ନରଙ୍କ ପରଲୋକ ହୋଇଛି । କୁନ୍ନର ଦୀର୍ଘଦିନରୁ ରୋଗରେ ପୀଡିତ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ରହିଥିଲେ । ତାଙ୍କ ମୃତ୍ୟୁ ପରେ ଏହି ସିଟରେ ୨୫ ନଭେମ୍ବରରେ ହେବାକୁ ଥିବା ନିର୍ବାଚନ ଆଉ ହେବ ନାହିଁ । ଗତ ୪ ତାରିଖରେ ସେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ଗୁରମିତଙ୍କୁ ୭୫ ବର୍ଷ ହୋଇଥିବା ବେଳେ ଖରାପ ସ୍ୱାସ୍ଥ୍ୟ କାରଣରୁ ଗତ କିଛିଦିନ ହେଲା ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ନିର୍ବାଚନ ପ୍ରଚାର ସମୟରେ ଅଚାନକ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ୧୨ ତାରିଖରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ପାର୍ଟିର ବରିଷ୍ଠ ବିଧାୟକ କୁନ୍ନରଙ୍କ ପରଲୋକରେ ଅଶୋକ ଗେହଲଟ ଟ୍ଵିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି ।
Views: 74