ପୁରୀ : ଆସିଲା ସ୍ୱର୍ଗଦ୍ୱାର ୱେବସାଇଟ । ସ୍ବର୍ଗଦ୍ବାର ସେବା ସମିତି ପକ୍ଷରୁ ସ୍ବର୍ଗଦ୍ବାର ନୂତନ ୱେବସାଇଟ ସ୍ବର୍ଗଦ୍ବାର ଡ଼ଟ୍ କମ୍ (swargadwar.com)କୁ ଲୋକାର୍ପଣ କରାଯାଇଛି । ଏକ ନିରାଡ଼ମ୍ବର ପରି ବେଶ ମଧ୍ୟରେ ସ୍ବର୍ଗଦ୍ବାର ପରିସରରେ ଏହି ଲୋକାର୍ପଣ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ଓଡ଼ିଆ ହିନ୍ଦୀ ଓ ଇଂରାଜୀ ତିନୋଟି ଭାଷାରେ ଏହି ୱେବସାଇଟରେ ତଥ୍ୟ ଉପଲବ୍ଧ ରହିଥିବାବେଳେ ଏହି ୱେବ୍ ସାଇଟ୍ ମାଧ୍ୟମରେ ସ୍ଵର୍ଗଦ୍ଵାର ଠାରେ ସଂସ୍କାର ସେବା ନେବାକୁ ଚାହୁଁ ଥିବା ବ୍ୟକ୍ତି ବିଶେଷ ମାନେ ଆବଶ୍ୟକୀୟ ତଥ୍ୟ ଅପଲୋଡ କରି ବିଭିନ୍ନ ସେବା ପାଇ ପାରିବେ। ବର୍ତ୍ତମାନ ପରୀକ୍ଷା ମୂଳକ ଭାବରେ ଏହା ଲଞ୍ଚ କରାଯାଇଥିବା ବେଳେ ଆବଶ୍ୟକତା ଅନୁଯାୟୀ ଏଥିରେ ପରିବର୍ତ୍ତନ କରାଯିବ । ଏଥି ସହିତ ଖୁବ୍ ଶୀଘ୍ର ସ୍ୱର୍ଗଦ୍ଵାର ଆପ ମଧ୍ୟ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ ବୋଲି ସ୍ୱର୍ଗଦ୍ୱାର ସେବା ସମିତି ଆବାହକ ସମ୍ପାଦକ ଭବତାରଣ ସାହୁ ସୂଚନା ଦେଇଛନ୍ତି।
ସ୍ବର୍ଗଦ୍ବାରରେ ଆଉ ବୋହିବାକୁ ପଡିବନି କାଠ । ଏବେ ସବୁ ସେବା ଯୋଗାଇବ ସ୍ୱର୍ଗଦ୍ୱାର ୱେବସାଇଟ୍ । ଆଉ ଆପଣଙ୍କୁ ନେବାକୁ ପଡିବନି କୌଣସି ବି ଚିନ୍ତା । ଅନ୍ତିମ ସଂସ୍କାରରେ ସହଜ ସେବା ଯୋଗାଇବା ପାଇଁ ଆରମ୍ଭ ହୋଇଛି ସ୍ୱର୍ଗଦ୍ୱାର ୱେବସାଇଟ୍ । ଗୁଗଲରେ ସର୍ଚ୍ଚ କରି ଆପଣ ଏହି ୱେବସାଇଟ୍ ମାଧ୍ୟମରେ ସମସ୍ତ ସୂଚନା ପାଇପାରିବେ । ଆପଣ ଏଥିରେ ତିନୋଟି ଭାଷାର ସୁବିଧା ପାଇପାରିବେ ।
ଆସିଲା ସ୍ୱର୍ଗଦ୍ୱାର ୱେବସାଇଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











