ରାଞ୍ଚି : କସମେଟିକ୍ସ ଦୋକାନରେ ଭୟଙ୍କର ନିଆଁ । ଝାଡ଼ଖଣ୍ଡର ଧନବାଦରେ କେନ୍ଦୁଆଡିହ ଥାନା ଅଞ୍ଚଳରେ ଘଟିଛି ବଡ଼ ଧରଣର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଦୁଇ ମହିଳା ଏବଂ ୪ ବର୍ଷର ଏକ ଝିଅର ମୃତ୍ୟୁ । ଏକାଧିକ ଲୋକ ନିଆଁରେ ପୋଡ଼ି ହୋଇ ଆହତ ହୋଇଛନ୍ତି। ସ୍ଥାନୀୟ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ଚାଲିଛି। ସେମାନଙ୍କ ମଧ୍ୟରେ ଦେଢ଼ ମାସର ଏକ ଶିଶୁକନ୍ୟା ମଧ୍ୟ ଅଛି। ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।
ପୋଲିସ ସୂଚନା ମୁତାବକ, କେନ୍ଦୁଆଡିହ ଥାନା ଅଧୀନ ଜେବର ପଟିସ୍ଥିତ ଏକ କସ୍ମେଟିକ ଦୋକାନରେ ହଠାତ୍ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁ ଚାହୁଁ ନିଆଁ ଚାରିଆଡ଼କୁ ବ୍ୟାପିଯାଇଥିଲା। ହଜାର ହଜାର ସ୍ଥାନୀୟ ଲୋକ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। ଦୋକାନର ଉପର ତାଲାରେ ଏକ ଘର ଥିଲା, ଯେଉଁଠି ଗୋଟିଏ ପରିବାରର ୬ ଜଣ ସଦସ୍ୟ ଥିଲେ। ଲୋକମାନେ ନିଆଁ ଲିଭାଇବା ସହିତ ଘରେ ଥିବା ପରିବାର ଲୋକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା ଆରମ୍ଭ କରିଦେଇଥିଲେ। ଏହାସହ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।
Views: 70