ନୂଆଦିଲ୍ଲୀ: ଦିଲ୍ଲୀ-ଜୟପୁର ହାଇୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ତେଲ ଟ୍ୟାଙ୍କର ଓ ପିକ୍-ଅପ୍ ଭ୍ୟାନ୍ ଧକ୍କା । ଦୁର୍ଘଟଣାରେ ୪ଜଣ ପ୍ରାଣ ହରାଇଛନ୍ତି । ଶୁକ୍ରବାର ରାତିରେ ଦିଲ୍ଲୀ-ଜୟପୁର ହାଇୱେରେ ଗୁରୁଗ୍ରାମର ସିଦ୍ଧ୍ରାୱାଲି ଗ୍ରାମ ନିକଟରେ ଏକ ତେଲ ଟ୍ୟାଙ୍କର ଡିଭାଇଡର ସହିତ ପିଟି ହୋଇଥିଲା । ଗାଡିଟି ଡିଭାଇଡରରେ ପିଟି ହୋଇ ଏକ କାର ଏବଂ ପିକଅପ୍ ଭ୍ୟାନକୁ ଧକ୍କା ଦେଇଛି। ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Views: 108











