ଧର୍ମଶାଳା : ଧର୍ମଶାଳା ବ୍ଲକ ବଡ କାଏମା ପଞ୍ଚାୟତ କାଏମା ସ୍ଥିତ ଲାଲବାହାରୁ ହାଇସ୍କୁଲ ଖେଳ ପଡିଆରେ “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । “ଆମ ଓଡିଶା ନବୀନ ଓଡିଶା”ର ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଯୋଗ ଦେଇ ବିଭିନ୍ନ ଉର୍ନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ। ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ୫୪ ଟି ପଞ୍ଚାୟତକୁ ୫୦ ଲକ୍ଷ ଲେଖାଏଁ ୨୭ କୋଟି ଟଙ୍କା ମଂଜୁର କରିଛନ୍ତି । ଧର୍ମଶାଳା ବ୍ଲକର କଲେଜ ଗୁଡିକ ପାଇଁ ୮ କୋଟି ୫୦ ଲକ୍ଷ, ବିଭିନ୍ନ ରାସ୍ତା ର ଉନ୍ନତିକରଣ ପାଇଁ ୧୦୦ କୋଟି ଟଙ୍କା ମଂଜୁର ହୋଇଛି । ଜାରକାରେ ଇନଡୋର ଷ୍ଟାଡିଅମ ସହ ବିଭିନ୍ନ ପଂଚାୟତରେ ଖେଳ ପଡିଆ ପାଇଁ ଅର୍ଥ ମଞ୍ଜୁର କରାଯାଇଛି । ସେହିପରି ଏହି ବ୍ଲକର ୪୫ ଟି ପଂଚାୟତ ରେ ୪୬ ଟି ପ୍ରକଳ୍ପ ପାଇଁ ୨ କୋଟି ୯୯ ଲକ୍ଷ ଟଙ୍କା ବେୟ ବରାଦ ହୋଇ କାର୍ଯ୍ୟ ଜାରୀ ରହିଥିବା ବିଧାୟକ ସୂଚନା ଦେଇଥିଲେ । ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ, ତହସିଲଦାର ଶୁଭଙ୍କର ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ଓ ସଭ୍ୟା ଏବଂ ବିଭିନ୍ନ ପଂଚାୟତ ର ସରପଞ୍ଚ ସମିତିସଭ୍ୟ ଓ ସ୍ୱୟଂସହାୟକ ଗୋଷ୍ଠିର ମହିଳାମାନେ ଯୋଗ ଦେଇଥିଲେ।
ଧର୍ମଶାଳା ବ୍ଲକ ବଡ କାଏମା ପଞ୍ଚାୟତରେ“ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











