କଟକ : ଗତକାଲି ସନ୍ଧ୍ୟାରେ କଟକ ଯୋବ୍ରା ଅଞ୍ଚଳରେ ଥିବା ବାଇକ ସୋ ରୁମରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଥିଲା । ହୁତୁହୁତ ହୋଇ ଜଳି ଉଠିଥିବା ନିଆଁରେ ୧୫ ଟି ଇଲେକ୍ଟ୍ରି ଯାନ ପୋଡ଼ି ଯାଇଥିବା ସୂଚନା ମିଳିଛି। ତେବେ ନିଆଁକୁ ଆୟତ୍ତ କରିବାକୁ ୪ଟି ଅଗ୍ନିଶମ ଗାଡ଼ିରେ ନିୟୋଜିତ ଆଗ୍ନିକମାନେ ଉଦ୍ୟମ କରିଥିଲେ।ନିଆଁଲିଭା କାର୍ୟ୍ୟରେ ୫ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ। ତେବେ ଏହି ପାଖାପାଖି ୧୫ ଟି ଇଲେକ୍ଟ୍ରି ବାଇକ୍ ସହ ଅନ୍ୟ ଅସବାପତ୍ର ପୋଡ଼ି ନଷ୍ଟ ହୋଇଯାଇଥିଲା। କେଉଁ କାରଣରୁ ନିଆଁ ଲାଗିଥିଲା ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ପାରିନଥିବା ବେଳେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ଫାୟାର ଅଫିସର୍।
Views: 90











