ୱାସିଂଟନ: ଆମେରିକାର ଟେକ୍ସାସର ରାଜପଥରେ ଭୟଙ୍କର ଦୁର୍ଘଟଣା । ଧଳା ରଙ୍ଗର ଏକ କାରରେ ବସିଥିବା ଲୋକମାନେ ଗିରଫଦାରୀରୁ ବର୍ତ୍ତିବା ପାଇଁ ଉଦ୍ୟମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ସମୟରେ ଅନ୍ୟ ଏକ କାର ସହିତ ସେମାନଙ୍କ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଅନ୍ୟ କାରରେ ଥିବା ଜଣେ ଦମ୍ପତିଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଟେକ୍ସାସ୍ ପୋଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଏକ ଧଳା ହୋଣ୍ଡା କାରର ଚାଳକ ଅଣ-ଦସ୍ତାବିଜ ପ୍ରବାସୀମାନଙ୍କୁ ନେଇ ଯାଉଥିଲେ। ସେ ମେକ୍ସିକୋ ସୀମାଠାରୁ ପ୍ରାୟ ୬୦ କିଲୋମିଟର ଦୂର ଏକ ରାସ୍ତାରେ ପୋଲିସଠାରୁ ଲୁଚି ପଳାଇ ଯାଉଥିଲେ। ଏହି ସମୟରେ ଏକ ଟ୍ରକ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ କାର ସହିତ ମୁହାଁମୁହିଁ ହୋଇଥିଲେ। ଫଳରେ ଉଭୟ କାରରେ ଥିବା ଲୋକଙ୍କର ଏଥିରେ ମୃତ୍ୟୁ ଘଟିଥିଲା।
ଟେକ୍ସାସର ଜନ ସୁରକ୍ଷା ବିଭାଗର ମୁଖପାତ୍ର କହିଛନ୍ତି ଯେ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ଜଣେ ହସ୍ପିଟାଲରେ ହିଁ ଆଖି ବୁଜିଥିଲେ। ଧଳା ହୋଣ୍ଡା କାରରେ ବସିଥିବା ଅନେକ ପ୍ରବାସୀ ହୋଣ୍ଡୁରାସର ଥିଲେ।
ଟେକ୍ସାସରେ ଦୁଇ କାର ମଧ୍ୟରେ ଧକ୍କା, ୮ ଜଣଙ୍କ ମୃତ୍ୟୁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











