ଜଗତସିଂହପୁର : ଜଗତସିଂହପୁର ବ୍ଲକର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ମାନେ ଆଜି ରାଜ୍ୟ ସରକାର ଙ୍କ ଆମ ଓଡିଶା ଓ ନବୀନ ଓଡିଶା ଉନ୍ନୟନ ମୂଳକ କାର୍ଯ୍ୟରେ ଅଣଦେଖା କରାଯିବାକୁ ନେଇ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜନ ପ୍ରତିନିଧି ମାନେ ଗଣ ଧାରଣା ଦେଇଥିବାର ଦେଖାଯାଇଛି । ସୂଚନା ଅନୁଯାଇ ରାଜ୍ୟ ସରକାରଙ୍କ ଓଡିଶା ବିଭିନ୍ନ ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ ଆସିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ସମ୍ପୂର୍ଣ ଭାବେ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ଅଣଦେଖା କରାଯିବା ସହିତ ପଞ୍ଚାୟତ ରାଜ ବିଭାଗର ନିୟମାବଳୀକୁ ହତ୍ୟା କରାଯାଉ ଥିବା ନେଇ ଏହି ଦାବୀରେ ଉପସ୍ଥାପନା କରିଛନ୍ତି ଜନପ୍ରତିନିଧି ମାନେ । ଅନ୍ୟପଟେ ଯଦି ଏହି ଦାବିକୁ ନଶୁଣା ଯାଏ ଏବଂ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କର କୌଣସି କଥାକୁ ଗୁରୁତ୍ୱ ନଦିଆ ଯାଇ ଆବଶ୍ୟକ ହେଉଥିବା ପ୍ରକଳ୍ପ ଗୁଡିକୁ ବାଦ ଦିଆଯାଏ ତେବେ ଏ ଆନ୍ଦୋଳନ ଜୋର ଧରିବ । ଯାହାକୁ ନେଇ ସମସ୍ତ ପଞ୍ଚାୟତ ର ଜନ ପ୍ରତିନିଧି ମାନେ ଜଗତସିଂହପୁର ବ୍ଲକ ସମ୍ମୁଖରେ ଗଣ ଧାରଣା ଦେବା ସହିତ ଏହାକୁ ଦୃଢ ପ୍ରତିବାଦ କରୁଥିବାର ଦେଖାଯାଇଛି ।
“ଆମ ଓଡ଼ିଶା ନବୀନ ଓଡିଶା” କାର୍ଯ୍ୟକ୍ରମରେ ସରପଞ୍ଚ ମାନଙ୍କୁ ଅଣଦେଖା ପ୍ରତିବାଦରେ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Facebook
Twitter
LinkedIn
Facebook
Twitter
LinkedIn
Recent News
୫ ହଜାର ବୋତଲ କଫ୍ ସିରପ ଜବତ
ସମ୍ବଲପୁର : ବଡ ଧରଣର କଫ୍ ସିରପ୍ ରାକେଟର ପର୍ଦ୍ଦାଫାସ । ଏହି ଘଟଣାରେ ୨୦ ଜଣ ଗିରଫ ହୋଇଛନ୍ତି । ୫ହଜାର ବୋତଲ କଫ ସିରପ...
ଶ୍ରୀମନ୍ଦିରରେ ହେବ ୱାକିଟକି ବ୍ୟବସ୍ଥା : ଗିରୀଶ
ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ ଫୋନ ।କୈାଣସି ପୋଲିସ କି ସେବାୟତ ବି ନେଇ ପାରିବେନି ମୋବାଇଲ । ଆଗକୁ ୱାକିଟକି ବ୍ୟବସ୍ଥା...
୧୬ରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ
ନୂଆପଡା : ଆସନ୍ତା ୧୬ ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କର ଦାଖଲ ବେଳେ ଉପସ୍ଥିତ ରହିବେ ।...
e-KYC କରି ନ ଥିଲେ ମିଳିବନି ଚାଉଳ ; ମନ୍ତ୍ରୀ
ଭୁବନେଶ୍ୱର : e-KYC କରି ନ ଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।...