ଗୋପାଳପୁର: ଛତିଶଗଡ଼ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ କାର୍ୟ୍ୟରତ ଜଣେ ଓଡ଼ିଆ ବିଏସ୍ଏଫ୍ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନ ହେଉଛନ୍ତି; ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ଗୋପାଳପୁର ଗ୍ରାମର କରୁଣାକର ଶିଅଳଙ୍କ ପୁଅ ପ୍ରକାଶ । ସୂଚନା ଅନୁସାରେ, ପ୍ରକାଶ ଛତିଶଗଡ଼ କୋବ୍ରା ୨୦୬ ବାଟାଲିଅନ୍ରେ କାର୍ୟ୍ୟ କରୁଥିଲେ। ଗତକାଲି ସେ ସାଥୀ ଯବାନଙ୍କ ସହ ସୁକୁମା ଜିଲ୍ଲା ମିନାପା ଅଞ୍ଚଳର ଏକ ଭୋଟ୍ଗ୍ରହଣ କେନ୍ଦ୍ରକୁ ଜଙ୍ଗଲ ରାସ୍ତା ଦେଇ ଯାଉଥିଲେ। ସେତିକିବେଳେ ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ଫଳରେ ପ୍ରକାଶଙ୍କ ସହ ୪ ଜଣ ବିଏସ୍ଏଫ୍ ଯବାନ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ସେଠାକାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଛିଡ଼ିଯାଇଥିବା ଦୁଇ ଗୋଡ଼ର ଅସ୍ତ୍ରୋପଚାର କରାଯାଉଥିବା ବେଳେ ଆଜି ପ୍ରକାଶଙ୍କ ମୃତ୍ୟୁ ଘଟିଥିବା ତାଙ୍କ ଭାଇ ସୁବାସ ଚନ୍ଦ୍ର ଶିଅଳ ସୂଚନା ଦେଇଛନ୍ତି। ଏନେଇ ଖବର ପ୍ରଚାରିତ ହେବା ପରେ ଜନ୍ମମାଟି ଗୋପାଳପୁର ସହ ବାଲେଶ୍ବର ତଥା ସାରା ରାଜ୍ୟରେ ଶୋକ ପ୍ରକାଶ ପାଇଛି।
ଛତିଶଗଡ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଓଡିଆ ଯବାନ ସହିଦ

Facebook
Twitter
LinkedIn
Facebook
Twitter
LinkedIn
Recent News
ଯାତ୍ରୀବାହୀ ବସରେ ଲାଗିଲା ନିଆଁ
ରାଜସ୍ଥାନ : ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ବସରେ ୫୭ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦-୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା...
ନୂଆପଡା ଉପନିର୍ବାଚନ ; କିଏ ହେବେ ବିଜେଡିରୁ ପ୍ରାର୍ଥୀ ?
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ କିଏ ହେବେ ତାକୁ ନେଇ ଚର୍ଚ୍ଚା । ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ବେଳେ...
ସିରିଜ ପୋଛିନେଲା ଭାରତ , ୭ ୱିକେଟରେ ୱେଷ୍ଟିଣ୍ଡିଜକୁ ହରାଇଲା
ନୂଆଦିଲ୍ଲୀ : ୭ ୱିକେଟରେ ଭାରତ ଜିତି ୨-୦ ସିରିଜ କବଜା କରିଛି । ୱେଷ୍ଟଇଣ୍ଡିଜ ଦ୍ବିତୀୟ ଇନିଂସରେ ୩୯୦ ରନ୍ କରି ଭାରତକୁ ୧୨୧ ରନର...
କୋଲ୍ଡରିଫ ସମେତ ଏ ସମସ୍ତ ସିରପକୁ ବିଷାକ୍ତ କହିଲା “ହୁ”
ନୂଆଦିଲ୍ଲୀ : କୋଲ୍ଡରିଫ୍ ସମେତ ରେସପିଫ୍ରେସ୍ ଟିଆର ଓ ରିଲିଫ୍ ସିରପକୁ ବିଷାକ୍ତ କହିଲା ହୁ । ଏହି ୩ କଫ୍ ସିରପରେ ଡାଇଏଥିଲିନ୍ ଗ୍ଲାଇକୋଲ ଓ...