ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର କବୀର ନଗରରେ ଭୟାବହ ଅଗ୍ନିକାଣ୍ଡ । ୫ ମହଲା ବଶିଷ୍ଟ ଏକ କୋଠାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ବୁଧବାର ସକାଳେ ହଠାତ୍ କୋଠାରେ ନିଆଁ ଲାଗିଯାଇଥିଲା । ଯେଉଁଥିରେ ଏକ ୫ବର୍ଷର କୁନି ଝିଅଟି ନିଆଁରେ ପୋଡି ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଣାପରେ ଝିଅଟିକୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସିତ ହେଉଥିବା ନେଇ ଖବର ମିଳିଛି । ପୋଲିସ୍ ସୂତ୍ରରୁ ମିଳିଥିବା ଖବର ମୁତାବକ, ୫ ମହଲା ବଶିଷ୍ଟ ଆପାର୍ଟମେଣ୍ଟରେ ଭୋର ପାଖାପାଖି ୩ଟା ୨୨ ମିନିଟ୍ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ତେବେ ତଳ ମହଲାରେ ସର୍ଟ ସର୍କିଟ କାରଣରୁ ଏଭଳି ଅଘଟଣ ଘଟିଥିବା କୁହାଯାଇଛି । ଏହି ଭୟାବହ ଅଗ୍ନିକାଣ୍ଡ ୫ଟି ବାଇକ୍ ସହ ଏକ ବାଇସାଇକେଲ୍ ଜଳିପୋଡି ପାଉଁଶ ହୋଇଯାଇଛି । ବିଶେଷ ଭାବେ ଧନ ଜୀବନ କ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନଥିବାବେଳେ, ୫ବର୍ଷର କୁନି ଝିଅଟି ଗଭୀର ରୂପେ ଆହତ ହୋଇଛି ।
Views: 73