ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣ ଅପରିବର୍ତ୍ତିତ । ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ଉପରେ । ସ୍ଥିତିରେ କୌଣସି ସୁଧାର ଆସୁନଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ବି ବିଷାକ୍ତ ବାୟୁର ଆସ୍ତରଣ ଦିଲ୍ଲୀ ଆକାଶରେ ଛାଇ ରହିଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ଦିଲ୍ଲୀ ବାୟୁମଣ୍ଡର ମାନ ଅତ୍ୟନ୍ତ ଖରାପ ସ୍ତରରେ ରହିଥିବା ରେକର୍ଡ ହୋଇଛି । ଏକ୍ୟୁଆଇ ମିଟରରେ ଦିଲ୍ଲୀର ଅଧିକାଂଶ ସ୍ଥାନର ବାୟୁର ମାନ ୪ଶହ ଉପରେ ରହିଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ପଞ୍ଜାବୀ ବାଗରେ ଏକ୍ୟୁଆଇ ୪୬୦ ରେକର୍ଡ ହୋଇଛି । ସେହିପରି ଆନନ୍ଦ ବିହାରରେ ୪୫୨, ବୱାନାରେ ୪୬୨, ରୋହିଣୀରେ ୪୫୧, ନଏଡାରେ ୪୦୯, ଗୁରୁଗ୍ରାମ୍ରେ ୩୭୦, ଫରିଦାୱାଦରେ ୩୯୬ ଓ ଗାଜିଆବାଦରେ ୩୮୨ ରେକର୍ଡ ହୋଇଛି । ତେବେ ଗତକାଲି ରାତିରେ ପ୍ରଦୂଷଣ ମାତ୍ରା ୯ଶହ ଟପିଥିବା ଏକ୍ୟୁଆଇ ମିଟରରେ ରେକର୍ଡ ହୋଇଥିଲା । ଯାହା ସାଧାରଣ ଲୋକଙ୍କ ପାଇଁ ଗ୍ୟାସ୍ ଚାମ୍ବରରେ ରହିବା ସଦୃଶ୍ୟ । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକାର ନେଇଥିବା ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ଗତକାଲି କହିଥିଲେ ସର୍ବୋଚ୍ଚ ନାୟାଳୟ । ମିଳିମିଶି ପ୍ରଦୂଷଣ ନିରାକରଣ ଦିଗରେ କାମ କରିବାକୁ ୫ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।
ଦିଲ୍ଲୀ ପ୍ରଦୂଷଣ ଅପରିବର୍ତ୍ତିତ, ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ଉପରେ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











