ଗଜପତି : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ସ୍ଥିତ ହାଇସ୍କୁଲ ପଡ଼ିଆ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ରାୟଗଡ଼ ସଦର ସ୍ଥିତ ହାଇସ୍କୁଲ ପଡ଼ିଆରେ ଆଜି ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡ଼ ବ୍ଲକରେ ଥିବା ୨୧ ଗୋଟି ପଞ୍ଚାୟତର ଗ୍ରାମାଞ୍ଚଳର ସାମଗ୍ରିକ ଭିତ୍ତିଭୂମିର ଉନ୍ନତି କରଣ ଉପରେ ଗୁରୁତ୍ଵ ଦେଇ ଆଜି ଗଜପତି ଜିଲ୍ଲାରେ ଥିବା ୭ଗୋଟି ବ୍ଲକରେ ଏକକାଳୀନ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ପଞ୍ଚାୟତର ସାମଗ୍ରିକ ଭିତ୍ତି ଭୂମିର ଉନ୍ନତି କରଣ କରିବା ପାଇଁ ପ୍ରତି ପଞ୍ଚାୟତ ପାଇଁ ପଚାଶ ଲକ୍ଷ ଟଙ୍କା ଲେଖାଏଁ ମୋଟ ଦଶ କୋଟି ପଚାଶ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଥିବାକୁ ନେଇ ୫ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଘୋଷଣା କରିଛନ୍ତି। ଏହାସହ ରାୟଗଡ଼ ବ୍ଲକ ଲକ୍ଷ୍ମୀପୁର ପଞ୍ଚାୟତ ଠାରେ ଏକ ହଷ୍ଟେଲ ନିର୍ମାଣ ସହ ଗଣ୍ଡାହାତୀ ଓ ଗୁଦଗୁଦା ଜଳପ୍ରପାତ ଉନ୍ନତିକରଣ ପାଇଁ ଅନୁଦାନ ରାଶି ମଞ୍ଜୁର ହୋଇଥିବା ଶ୍ରୀ ପାଣ୍ଡିଅନ ପ୍ରକାଶ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସି ନାୟକ, ଅତିରିକ୍ତ ସି.ଡି.ଓ ନୀଳମାଧବ ମାଝୀ, ବିଡିଓ ସୁଧୀର ରଞ୍ଜନ ସିଂ, ରାୟଗଡ଼ ତହସିଲଦାର ରାଜକିଶୋର ପଟ୍ଟନାୟକ, ବ୍ଲକ ମିଶନ ଶକ୍ତି ବ୍ଲକ କର୍ମଚାରୀ,ବ୍ଲକରେ ଥିବା ସବୁ ପଞ୍ଚାୟତର ସ୍ଵୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା, ସରପଞ୍ଚ,ସମିତି ସଭ୍ୟ,ଜନ ପ୍ରତିନିଧି ଓ ବହୁ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ର ଶେଷରେ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀକୁ ଚେକ୍ ପ୍ରଦାନ କରାଯାଇଥିଲା।
ରାୟଗଡ଼ ବ୍ଲକରେ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











