ଭୁବନେଶ୍ବର : ଭୁବନେଶ୍ବରରୁ ଜୟପୁରକୁ ଉଡ଼ିଲା ଦ୍ବିତୀୟ ବିମାନ। ‘ଇଣ୍ଡିଆ ୱାନ ଏୟାର’ ସଂସ୍ଥା ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯାଇଛି। ୯ ସିଟ୍ ବିଶିଷ୍ଟ ଏହି ଦ୍ବିତୀୟ ବିମାନ ଯାତ୍ରୀଙ୍କୁ ଧରି ଉଡ଼ାଣ ଭରିଛି। ଭୁବନେଶ୍ବରରୁ ସକାଳ ୭ଟା ୧୦ରେ ବାହାରି ଜୟପୁରରେ ପହଞ୍ଚିଥିଲା ୮ଟା ୪୫ରେ । ସେହିପରି ଜୟପୁରରୁ ୯ଟାରେ ଛାଡି ଭୁବନେଶ୍ବରରେ ୧୦ଟା ୩୫ରେ ପହଞ୍ଚିବ ବିମାନ ।ସପ୍ତାହରେ ଦୁଇ ଦିନ ସୋମବାର ଓ ଶୁକ୍ରବାର ଭୁବନେଶ୍ବର ଓ ଜୟପୁର ମଧ୍ୟରେ ଉଡ଼ିବ ବିମାନ। ଏହି ବିମାନ ସେବା ପାଇଁ ଆର୍ଥିକ ସହାୟତା ଯୋଗାଉଛନ୍ତି ରାଜ୍ୟ ସରକାର ।
Views: 92











