ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ଦିଲ୍ଲୀରେ ବାୟୁର ଗୁଣବତ୍ତା ଖରାପ ସ୍ଥିତି ଦେଖି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ବଡ ନିଷ୍ପତ୍ତି ନେଇଛନ୍ତି । ଦେଶର ରାଜଧାନୀ ଦିଲ୍ଲୀରେ ୧୩ରୁ ୨୦ ନଭେମ୍ବର ପର୍ୟ୍ୟନ୍ତ ଲାଗୁ ରହିବ ଅଡ-ଇଭିନ୍ ଫର୍ମୁଲା ଲାଗୁ କରିଛନ୍ତି ସରକାର । ଏହା ଅଧୀନରେ ସପ୍ତାହରେ କିଛି ଦିନ କେବଳ ଇଭିନ୍ ନମ୍ବର ପ୍ଲେଟ୍ ଥିବା ଯାନଗୁଡିକ ରାସ୍ତାରେ ଚାଲିପାରିବ ଏବଂ ଅବଶିଷ୍ଟ ଦିନରେ ଅଡ୍ ନମ୍ବର ପ୍ଲେଟ୍ ଥିବା ଯାନଗୁଡିକ ଚାଲିବ । ଏଥିପାଇଁ ଏକ କାର୍ୟ୍ୟସୂଚୀ ଜାରି କରାଯିବ ।
ସୂଚନାଯୋଗ୍ୟ, ଦିଲ୍ଲୀରେ ଆବଶ୍ୟକ ସେବା ଯୋଗାଉଥିବା ଟ୍ରକ, ସିଏନଜି, ଇଲେକ୍ଟ୍ରି ଗାଡି ଛଡା ସମସ୍ତ ଟ୍ରକ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଛି । ଦିଲ୍ଲୀରେ ନିର୍ମାଣ କାର୍ୟ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ ।
ଏହାପୂର୍ବରୁ ସରକାର ସ୍କୁଲଗୁଡିକୁ ୧୦ ତାରିଖ ପର୍ୟ୍ୟନ୍ତ ବନ୍ଦ କରିଛନ୍ତି । ସେହିପରି କ୍ଲାସ ୬ରୁ କ୍ଲାସ ୯ମ ଏବଂ ୧୧ ପର୍ୟ୍ୟନ୍ତ ଅନଲାଇନ କ୍ଲାସ୍ ଚାଲିବ । କେବଳ ୧୦ମ ଏବଂ ୧୨ଶ ପିଲାଙ୍କ ପାଇଁ ସ୍କୁଲ ଖୋଲା ରହିବ । ୨୦୧୬ରେ ପ୍ରଥମ ଥର ପାଇଁ ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ଅଡ ଇଭିନ୍ ନମ୍ବର ଲାଗୁ ହୋଇଥିଲା ।
ଦିଲ୍ଲୀକୁ ଫେରିଲା ଅଡ-ଇଭିନ୍ ଫର୍ମୁଲା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











