ଗଞ୍ଜାମ: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ସବୁଠି ରାଜନୈତିକ ସରଗରମ୍ ଥିବା ବେଳେ, ଭୋଟ ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଛି । ତେବେ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଆଜି ଦ୍ବିତୀୟ ଦିନରେ ଦେଖାଦେଇଛି ରାଜନୈତିକ ଗାଷ୍ଠି କନ୍ଦଳ । ଏହି ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଧିନସ୍ଥ ମୁଣ୍ଡମରାଇ ଅଞ୍ଚଳରେ । ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇଥିବା ସମୟର ଦୁଇ ଗୋଷ୍ଠିଙ୍କ ମଧ୍ୟରେ ଲାଗିଥିଲା ସଂଘର୍ଷ । ଏଥିରେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଏ ନେଇ ଖବର ପାଇ ଧରାକୋଟ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Views: 243