The Ultimate Managed Hosting Platform
ADVERTISEMENT

୩୫ ବର୍ଷରେ ବିରାଟ କୋହଲି,ଛୁଟୁଛି ଶୁଭେଚ୍ଛା

Facebook
Twitter
LinkedIn

ବ୍ୟୁରୋ : ଆଜି କ୍ରିକେଟର ବିରାଟ କୋହଲିଙ୍କ ଜନ୍ମଦିନ। ୩୫ ବର୍ଷରେ ପଦାର୍ପଣ କରିଛନ୍ତି କୋହଲି । କ୍ରିକେଟ ଦୁନିଆରେ ବୋଲରଙ୍କ ପାଇଁ ଦୁଃସ୍ବପ୍ନ ସାଜିଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଆଜି ଜନ୍ମଦିନ । କ୍ରିକେଟ ଦୁନିଆରେ ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି ବିରାଟ । ୱାନ ଡେ କ୍ରିକେଟ ହେଉକି ଟି ୨୦ ଇଣ୍ଟନ୍ୟାସନାଲ କ୍ରିକେଟ ସବୁଥିରେ ଦମଦାର ପ୍ରଦର୍ଶନ କରିଛନ୍ତି ବିରାଟ । ୨୦୦୮ ଅଗଷ୍ଟ ୧୮ରେ ୱାନ ଡେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଡେବ୍ୟୁ କରିଥିଲେ ବିରାଟ । ସେବେଠାରୁ ଏବେ ଯାଏ ସେ ୧୩ହଜାର ୫୨୫ ରନ କରିଛନ୍ତି । ବର୍ତ୍ତମାନ ବିଶ୍ବକପ ଖେଳୁଥିବା ବିରାଟ ଫୁଲ୍ ଫର୍ମରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୭ଟି ମ୍ୟାଚରୁ ୪୪୨ ରନ୍ କରିସାରିଛନ୍ତି । ତେବେ ଆଜି ତାଙ୍କ ୩୫ ତମ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କର ୩୫ଟି ରେକର୍ଡ ସମ୍ପର୍କରେ । ୨୦ ବର୍ଷ ବୟସରେ ଇଣ୍ଟରନ୍ୟାସନାଲ କ୍ରିକେଟ ଖେଳିଥିବା ବିରାଟ ଆଜି କ୍ରୀଡା ଦୁନିଆରେ ବହୁ ବଡ଼ ନାଁ । ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ ବିରାଟ । ବିରାଟଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଛୁଟୁଛି ଫ୍ୟାନଙ୍କ ଶୁଭେଛା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ମହିଳା କମିଶନ...

Login