କାଠମାଣ୍ଡୁ : ନେପାଳରେ ପୁଣି ଭୂମିକମ୍ପ ଝଟକା । ରିକ୍ଚର ସ୍କେଲରେ ତୀବ୍ରତା ୩.୬ । କାଠମାଣ୍ଡୁର ଉତ୍ତରପଶ୍ଚିମ ଦିଗରେ ଝଟକା ଅନୁଭୂତ । କାଲି ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ୧୫୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ନେପାଳ ପରେ ଆଫଗାନିସ୍ତାନର ଫେଜାବାଦରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୪.୫ ରହିଛି ।ସୂଚନାଯୋଗ୍ୟ, ଶୁକ୍ରବାର ଦିନ ୬.୪ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହେବା ପରେ ୧୫୭ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୭୫ ଲୋକ ଆହତ ହୋଇଥିଲେ । ଏମାନଙ୍କ ଉଦ୍ଧାର କାର୍ୟ୍ୟ ଏଯାଏଁ ଜାରି ରହିଛି । ନେପାଳର ଜାଜରକୋଟ ଜିଲ୍ଲାରେ ଆସିଥିବା ଭୂମିକମ୍ପ ଯୋଗୁଁ କ୍ଷୟକ୍ଷତି ମଧ୍ୟ ଅଧିକ ହୋଇଛି ।
Views: 108