The Ultimate Managed Hosting Platform
ADVERTISEMENT

ବାଲିଯାତ୍ରା ନେଇ ଆଜିଠୁ ପ୍ଲଟ ରେଜିଷ୍ଟ୍ରେସନ

Facebook
Twitter
LinkedIn

କଟକ : ଆସୁଛି ବାଲିଯାତ୍ରା । ଆଜିଠାରୁ ଆରମ୍ଭ ହୋଇଛି କ୍ଷୁଦ୍ର ବ୍ୟବସାୟୀ, ବିଭିନ୍ନ ଅନୁଷ୍ଠାନ, ସାଧାରଣ ବ୍ୟବସାୟୀଙ୍କ ପ୍ଲଟ ଆବଣ୍ଟନ ପାଇଁ ପଞ୍ଜିକରଣ ପ୍ରକ୍ରିୟା। ଆସନ୍ତା ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ଯାଏଁ ଚାଲିବ କଟକର ଐତିହାସିକ ବାଲିଯାତ୍ରା। ନଭେମ୍ବର ୪ ତାରିଖ ଠାରୁ ୧୦ ତାରିଖ ପର୍ୟ୍ୟନ୍ତ ଏହି ପ୍ଲଟ ପଞ୍ଜୀକରଣ ପ୍ରକ୍ରିୟା ଚାଲିବ। ୧୧ ତାରିଖରୁ ୧୫ ତାରିଖ ଭିତରେ ପ୍ଲଟ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ସମସ୍ତ ପ୍ଲଟ ଆବଣ୍ଟନ ପ୍ରକ୍ରିୟା ନଭେମ୍ବର ୨୦ ତାରିଖ ସୁଦ୍ଧା ଶେଷ କରାଯିବ। ଏନେଇ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ସୂଚନା ଦେଇଛନ୍ତି। ଉଠା ଦୋକାନୀ ବା ବ୍ୟବସାୟୀଙ୍କ ପାଇଁ ପଞ୍ଜିକରଣ ରାଶି ୧୦୦୦ ହଜାର ଟଙ୍କା ଧାର୍ୟ୍ୟ କରିଛି କଟକ ଜିଲ୍ଲା ପ୍ରଶାସନ। ସବୁ ପେମେଣ୍ଟ ଅନଲାଇନ ମାଧ୍ୟମରେ କରାଯିବ। ତେବେ ଚଳିତ ବର୍ଷ ନଭେମ୍ବର ୨୭ ରୁ ଡିସେମ୍ବର ୦୪ ପର୍ୟ୍ୟନ୍ତ ଉଭୟ ଉପର ଓ ତଳ ପଡ଼ିଆରେ ଚାଲିବ ଐତିହାସିକ ବାଲିଯାତ୍ରା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login