The Ultimate Managed Hosting Platform
ADVERTISEMENT

ଦିଲ୍ଲୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

Facebook
Twitter
LinkedIn

ନୂଆଦିଲ୍ଲୀ: ଧୂଆଁମୟ ଦିଲ୍ଲୀ । ପ୍ରଦୂଷଣ ଘେରରେ ଦିଲ୍ଲୀ ବାତାବରଣ । ଲଗାତର ଭାବରେ ବିଗିଡିବାରେ ଲାଗିଛି ବାତାବରଣ । ଗ୍ୟାସ ଚାମ୍ବରରେ ଦିଲ୍ଲୀର ବାତାବରଣ । ଜାହାଙ୍ଗୀରପୁରରେ ସ୍ଥିତି ସଙ୍ଗୀନ ହୋଇଛି । ବାୟୁର ଗୁଣବତ୍ତା ୭୦୦ ପାର । ଲୋକମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ସେପଟେ ଗୁରୁଗ୍ରାମରେ ବାୟୁର ଗୁଣବତ୍ତା ୫୧୨, ଆନନ୍ଦ ବିହାରରେ ୪୪୮, ଦ୍ୱାରକା ସେକ୍ଟର ୮ରେ ୪୩୫ ରହିଛି । ପଞ୍ଜାବୀ କ୍ଷେତରେ ନିଆଁ ଲାଗିବା କାରଣରୁ ବଢୁଛି ପ୍ରଦୂଷଣ ।
ଯଥାସମ୍ଭବ ଘରେ ରହିବା ଲାଗି ପିଲା ଓ ବୟସ୍କଙ୍କୁ ପରାମର୍ଶ ଦିଆଯାଇଥିଲା । ବିନା କାରଣରେ ଯାତ୍ରା ନକରିବା, ପବ୍ଲିକ ଟ୍ରାନସପୋର୍ଟ ବ୍ୟବହାର କରିବା, ଯାନ୍ତ୍ରିକ ଉପାୟରେ ସଫେଇ, ଜଳ ସିଞ୍ଚନ ଆଦି ତ୍ବାରାନ୍ବିତ କରିବା, ନିଆଁ ନିୟନ୍ତ୍ରଣ ଲାଗି ପଞ୍ଜାବକୁ ଅନୁରୋଧ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସେପଟେ ପରିସ୍ଥିତିକୁ ଦୃଷ୍ଟିରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନୋଏଡାରେ ଗ୍ରାଫ-୩ ନିୟମ ଲାଗୁ କରାଯାଇଛି । ନିୟମ ଉଲଂଙ୍ଘନକାରୀଙ୍କ ଉପରେ ୨୪.୩୦ ଲକ୍ଷ ଟଙ୍କାର ଜୋରିମାନା ଲଗାଯିବ ବୋଲି ଘୋଷଣା କରାଯାଇଛି । ଏପର୍ୟ୍ୟନ୍ତ ନୋଏଡା ପ୍ରାଧିକରଣ ସଂସ୍ଥା ଦ୍ୱାରା ୨୬ ଚାଲଣ କଟାସାରିଲାଣି । ୧୪ ଜଣିଆ ଟିମ୍ ପକ୍ଷରୁ ପ୍ରଦୂଷଣ ମାତ୍ରା ତଦାରଖ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login