The Ultimate Managed Hosting Platform
ADVERTISEMENT

ବଢିଲା ଟୁଟୁ ନାୟକଙ୍କ ଅଡୁଆ

Facebook
Twitter
LinkedIn

ଭୁବନେଶ୍ୱର : ସାମ୍ବାଦିକାକୁ ମାଡ ମାମଲା । ବଢିଲା ଟୁଟୁ ନାୟକଙ୍କ ଅଡୁଆ । ଟୁଟୁଙ୍କ ବିରୋଧରେ ନିଜ ଆଡୁ ମାମଲା କଲେ ମହିଳା କମିଶନ । ମାମଲା ରୁଜୁ ନେଇ ସୂଚନା ଦେଲେ ମହିଳା କମିଶନ ଅଧ୍ୟକ୍ଷା । ପୋଲିସ କିମଶନରଙ୍କୁ ରିପୋର୍ଟ ତଲବ କଲେ କମିଶନ । ୧୫ ଦିନ ଭିତରେ ମାମଲାର ଦନ୍ତ କରି ରିପୋର୍ଟ ନିଦେ୍ର୍ଦଶ ।
ତେବେ ଏହିଘଟଣାରେ ଡିସିପିଙ୍କୁ ଭେଟିଛନ୍ତି ଓଡ଼ିଶା ୱିମେନ୍ ଇନ୍ ମିଡିଆ। ଡିସିପିଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିବା ସହ ମହିଳା ସାମ୍ବାଦିକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। ଏହା ସହ ସୁରକ୍ଷିତ କାର୍ୟ୍ୟକ୍ଷେତ୍ର ସୃଷ୍ଟି ଦିଗରେ ସହାୟତା ପାଇଁ ନିବେଦନ କରିଛନ୍ତି। ଏ ଅବସରରେ ନିରପେକ୍ଷ ତଦନ୍ତ ଓ ନ୍ୟାୟ ପ୍ରଦାନ ନେଇ ଡିସିପି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।
ଦେବସ୍ମିତା ତାଙ୍କ ଅଭିଯୋଗରେ ଲେଖିଛନ୍ତି- ଦିନ ୧୨ଟା ୫୦ରେ ସେ ଅନ୍ୟ ସାମ୍ବାଦିକ ବନ୍ଧୁମାନଙ୍କ ସହ ଖବର ସଂଗ୍ରହ କରିବାକୁ ସ୍ୱାତୀ ହଲରେ ଅପେକ୍ଷା କରିଥିଲେ । ଓଡିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଓରଫ ସଂଜୟ ନାୟକ ଅଚାନକ୍ ଆସି ତାଙ୍କ ବାମ ଗାଲକୁ ଏକ ଶକ୍ତ ଚାପୁଡା ଦେଇଥିଲେ । ଏଥିସହ ଖରାପ ଭାଷାର ପ୍ରୟୋଗ କରିଥିଲେ । ମାଡ ମାରିବା ଫଳରେ ତାଙ୍କ ହାତରେ ଥିବା ବୁମ୍ ଓ ମୋବାଇଲ ଫୋନ ତଳେ ଖସିପଡିଥିଲା । ଏହାକୁ ଉଠାଇବାବେଳେ ସେ ପୁଣି ତାଙ୍କ ପିିଠିକୁ ମାଡ ମାରିଲେ । ତେବେ କହିଁକି ଟୁଟୁ କାହିଁକି ତାଙ୍କୁ ମାଡ ମାରିଲେ ସେ ଜାଣିନାହାନ୍ତି । ଟୁଟୁ ନାୟକଙ୍କ ଏଭଳି ବ୍ୟବହାର ତାଙ୍କର ମର୍ୟ୍ୟାଦା ହାନୀ କରିବା ସହ ଗଭୀର ଆଘାତ ଦେଇଥିବା ଲିଖିତ ଭାବେ ଜଣାଇଛନ୍ତି ଦେବସ୍ମିତା । ଏ ନେଇ ସାମ୍ୱାଦିକା ଖାରବେଳ ନଗର ଥାନାରେ ଏତଲା ଦେବା ସହ କାର୍ୟ୍ୟାନୁଷ୍ଠାନ ଦାବି କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login