ନୂଆପଡା : ନୂଆପଡାରେ ରକ୍ତମୁଖା ବାଘ , ମହିଳାଙ୍କୁ ମାରି ଖାଇଲା । ସଦର ରେଞ୍ଜ ଧରମବନ୍ଧା ସେକ୍ସନରେ କଲରାପତରିଆ ବାଘ ଆତଙ୍କ । ସିଲିଆରିବାହାରା ଗାଁ ଜଙ୍ଗଲରେ ମହିଳାଙ୍କୁ ମାରି ଖାଇଲା । ଗତକାଲି ମହିଳା ଜଣକ ଜଙ୍ଗଲକୁ ଯାଇ ଆଉ ଫେରି ନ ଥିଲେ । ଆଜି ମହିଳାଙ୍କୁ ବାଘ ମାରି ଖାଉଥିବା ଲୋକେ ଦେଖିଥିଲେ । ପୂର୍ବରୁ ଜଣେ ନାବାଳକକୁ ମାରି ଖାଇଥିଲା କଲରା ପତରିଆ ବାଘ । ସଂଧ୍ୟାରେ ଦାଣ୍ଡରେ ଖେଳୁଥିବା ଜଣେ ୬ ବର୍ଷର ନାବାଳକକୁ ବାଘ ଟାଣି ନେଇ ମାରିଦେଇଥିଲେ। ଗୋଧସପଡ଼ାରେ ସୋମବାର ସଂଧ୍ୟାରେ ୩ରୁ ୪ ଜଣ ନାବାଳକ ଏକାଠି ଖେଳୁଥିଲେ। ଏହି ସମୟରେ ହଠାତ୍ ୨ଟି ବାଘ ଆସି ହୁମନ ଧରୁଆଙ୍କ ୬ ବର୍ଷର ପୁଅ ଡମ୍ବରୁକୁ ଟାଣି ନେଇଥିଲେ। ଏହା ଜାଣିବା ପରେ ଗ୍ରାମବାସୀ ଠେଙ୍ଗାବାଡ଼ି ଧରି ଗୋଡ଼ାଇଥିଲେ। ଫଳରେ ୨ଶହ ମିଟର ଦୂରରେ ଏକ ପଥର ଚଟାଣରେ ନାବାଳକକୁ ଛାଡ଼ି ବାଘଦ୍ବୟ ପଳାଇ ଯାଇଥିଲେ। ଗ୍ରାମବାସୀ ପହଞ୍ଚିବାର କିଛି ସମୟରେ ପରେ ନାବାଳକର ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ବନ କର୍ମଚାରୀମାନେ ମଧ୍ୟରେ ଗାଁରେ ପହଞ୍ଚି ମୃତଦେହ ନେଇ ନୂଆପଡ଼ା ଡାକ୍ତରଖାନାକୁ ଆସିଥିବା ଜଣାଯାଇଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ବାଘ ଥିଲେ।
ପୁଣି ମଣିଷ ଖାଇଲା ବାଘ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











