ନୂଆଦିଲ୍ଲୀ : ବିଶ୍ୱକପ କ୍ରିକେଟ ଚାଲିଥିବା ବେଳେ ଭାରତକୁ ଶକ୍ତ ଝଟକା । ଅବଶିଷ୍ଟ ମ୍ୟାଚରୁ ବାଦ ପଡିଲେ ଆହତ ହାର୍ଦ୍ଦିକ ପାଣ୍ଡ୍ୟା । ହାର୍ଦ୍ଦିକଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସୁଯୋଗ । ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ପାଣ୍ଡ୍ୟା । ମ୍ୟାଚ ଅଧାରୁ ଆହତ ହୋଇ ପଡିଆ ଛାଡିଥିଲେ ପାଣ୍ଡ୍ୟା । ତାଙ୍କ ଗୋଇଠି ଲିଗାମେଣ୍ଟରେ ଗୁରୁତର ସମସ୍ୟା ହୋଇଛି । ଯେତିକି ଅନୁମାନ କରାଯାଉଥିଲା ତାଠାରୁ ଅଧିକ ଆଘାତ ଲାଗିଛି । ପାଣ୍ଡ୍ୟା ଏବେ ବେଙ୍ଗାଳୁରୁ ସ୍ଥିତ ନ୍ୟାସନାଲ୍ କ୍ରିକେଟ ଏକାଡେମୀରେ ଚିକିତ୍ସାଧୀନ ଅଛନ୍ତି । ପାଣ୍ଡ୍ୟାଙ୍କ ସ୍ଥାନରେ ବିଶ୍ବକପ୍ ଦଳରେ ସାମିଲ ହୋଇଛନ୍ତି ପ୍ରସିଦ୍ଧ କ୍ରିଷ୍ଣା ।
Views: 100











