ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ପଲ୍ଲୀ ସ୍ବାସ୍ଥ୍ୟକେନ୍ଦ୍ରକୁ କଟକ ସ୍ଥାନାନ୍ତର ବନ୍ଦ କରିବାକୁ ନେଇ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦିଆଯାଇଛି।ଗଣସଂଗ୍ରାମ ପରିଷଦର ବାସୁଦେବଙ୍କ ନେତୃତ୍ୱରେ ବିଜେପି,ବିଜେଡି,କଂଗ୍ରେସ,ସିପିଆଇ,ନବନିର୍ମାଣ କୃଷକ ସଂଗଠନ,ଜିଲ୍ଲା ଦଳିତ ବିକାଶ ପରିଷଦ,ଜିଲ୍ଲା ସାମ୍ବାଦିକ ସଂଘ,ବରିଷ୍ଠ ନାଗରିକ ବୁଦ୍ଧିଜୀବୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଏକାଠି ହୋଇ ଧାରଣା ଦେଇଛନ୍ତି। ଜଗତସିଂହପୁର ସଦମହକୁମା ଠାରୁ ମାତ୍ର ୬ କିଲୋମିଟର ଦୂରରେ ନିପୂର୍ ଠାରେ ମେଡିକାଲ କଲେଜ ନିର୍ମାଣ ପାଇଁ ବ୍ୟାପକ ସରକାରୀ ଜମି ରହିଛି। ଏଠାରେ ମେଡିକାଲ କଲେଜ ନକରି ଅନ୍ୟତ୍ର ସ୍ଥାନାନ୍ତର କରିବା ସହିତ ପଲ୍ଲୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କଟକ ସ୍ଥାନାନ୍ତର କରିବା ନିଷ୍ପତିକୁ ଜଗତସିଂହପୁର ଜିଲ୍ଲା ବାସି ନାପସନ୍ଦ କରିବା ସହିତ ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତିକୁ ବିରୋଧ କରି ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଧାରଣା ଦିଆ ଯାଇଛି।କଂଗ୍ରେସ ଦଳର ଜିଲ୍ଲା ସଭାପତି ନଟବର ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଧାରଣାରେ ଦଳ ମତ ନିର୍ବିଶେଷରେ ସମସ୍ତ ଜନସାଧାରଣ ଏହି ଧାରଣାରେ ଯୋଗଦେଇ ପ୍ରଶାସନର ଏଭଳି ନିଷ୍ପତିକୁ ଦୃଢ଼ ବିରୋଧ କରିବା ସହିତ ଦାବି ପୂରଣ ନହେବା ପର୍ୟ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।
ଜିଲ୍ଲାରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କରିବା ଓ ପଲ୍ଲୀ ସ୍ବାସ୍ଥ୍ୟକେନ୍ଦ୍ରକୁ କଟକ ସ୍ଥାନାନ୍ତର ନ କରିବା ପାଇଁ ଧାରଣା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











