ଭୁବନେଶ୍ୱର : ଭୁବନେଶ୍ୱରରେ ରୋଞ୍ଜରୋଭର ଦୁର୍ଘଟଣାରେ ଗୁରୁତର ଯୁବତୀଙ୍କ ମୃତୁ୍ୟ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଯୁବତୀଙ୍କ ମୃତ୍ୟୁ । ଗତ ୩୧ ତାରିଖରେ ପାୱାର ହାଉସ ଛଳରେ ଦୁର୍ଘଟଣା ହୋଇଥିଲା । ଦୁଇ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା ଦାମୀ ରେଂଜରୋଭର କାର୍ ।ଜଣେ ଅବସରପ୍ରାପ୍ତ ଯବାନ ଓ ଜଣେ ଯୁବତୀ ଗୁରୁତର । ଯବାନଙ୍କ ଭୁବନେଶ୍ୱର ଓ ଯୁବତୀଙ୍କ କଟକରେ ଚିକିତ୍ସା ଚାଲିଥିଲା ।
ଦାମୀ ରେଂଜରୋଭର ଗାଡିକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଥିଲା । ଗାଡି ଟି କାହାର ଓ ସେଥିରେ କିଏ ଥିଲେ ଏହାକୁ ନେଇ ଉଠିଥିଲା ପ୍ରଶ୍ନ । ଗାଡିଟି ଏକ ଘରୋଇ କଂପାନୀ ନାଁରେ ରେଜିଷ୍ଟ୍ରୀ ହୋଇଥିଲା । ସଂପୃକ୍ତ ଘରୋଇ କଂପାନୀର ନିଦେ୍ର୍ଦଶକ ଥିଲେ ବିଶାଳ ଦାସ । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଉକ୍ତ କମ୍ପାନୀର ନିଦେ୍ର୍ଦଶ ଥିଲେ ।
ସେପଟେ ଏହି ଦୁର୍ଘଟଣାର ତଦନ୍ତ କୁ ନେଇ ପ୍ରଶ୍ନ କରିଛନ୍ତି ମୃତ ଯୁବତୀଙ୍କ ଭାଇ । ପୂର୍ବତନ ମନ୍ତ୍ରୀଙ୍କ ପୁଅ ସମ୍ପୃକ୍ତ ଥିବାରୁ ପୋଲିସ କିଛି କରନି କହିଲେ । ପୋଲିସ ଲୁଚାଇବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ମୃତ ଯୁବତୀଙ୍କ ଭାଇ । ପ୍ରଥମେ ଗୋଟିଏ ଗାଡି ନମ୍ବର କହିଲେ ପରେ ଆଉ ଗୋଟିଏ କହିଲେ । ତଦନ୍ତ ଯେଭଳି ଚାଲିଛି , ପୋଲିସ ଠାରୁ କିଛି ଆଶା ନାହିଁ । ଆମକୁ ନ୍ୟାୟ ଦରକାର ପୋଲିସକୁ ଦଣ୍ଡ ମିଳୁ କହିଲେ ଯୁବତୀଙ୍କ ଭାଇ ।
ରେଞ୍ଜରୋଭର ଦୁର୍ଘଟଣା, ଯୁବତୀ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











