ଭୁବନେଶ୍ୱର : ଭୁବନେଶ୍ୱରରେ ରୋଞ୍ଜରୋଭର ଦୁର୍ଘଟଣାରେ ଗୁରୁତର ଯୁବତୀଙ୍କ ମୃତୁ୍ୟ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଯୁବତୀଙ୍କ ମୃତ୍ୟୁ । ଗତ ୩୧ ତାରିଖରେ ପାୱାର ହାଉସ ଛଳରେ ଦୁର୍ଘଟଣା ହୋଇଥିଲା । ଦୁଇ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା ଦାମୀ ରେଂଜରୋଭର କାର୍ ।ଜଣେ ଅବସରପ୍ରାପ୍ତ ଯବାନ ଓ ଜଣେ ଯୁବତୀ ଗୁରୁତର । ଯବାନଙ୍କ ଭୁବନେଶ୍ୱର ଓ ଯୁବତୀଙ୍କ କଟକରେ ଚିକିତ୍ସା ଚାଲିଥିଲା ।
ଦାମୀ ରେଂଜରୋଭର ଗାଡିକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଥିଲା । ଗାଡି ଟି କାହାର ଓ ସେଥିରେ କିଏ ଥିଲେ ଏହାକୁ ନେଇ ଉଠିଥିଲା ପ୍ରଶ୍ନ । ଗାଡିଟି ଏକ ଘରୋଇ କଂପାନୀ ନାଁରେ ରେଜିଷ୍ଟ୍ରୀ ହୋଇଥିଲା । ସଂପୃକ୍ତ ଘରୋଇ କଂପାନୀର ନିଦେ୍ର୍ଦଶକ ଥିଲେ ବିଶାଳ ଦାସ । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଉକ୍ତ କମ୍ପାନୀର ନିଦେ୍ର୍ଦଶ ଥିଲେ ।
ସେପଟେ ଏହି ଦୁର୍ଘଟଣାର ତଦନ୍ତ କୁ ନେଇ ପ୍ରଶ୍ନ କରିଛନ୍ତି ମୃତ ଯୁବତୀଙ୍କ ଭାଇ । ପୂର୍ବତନ ମନ୍ତ୍ରୀଙ୍କ ପୁଅ ସମ୍ପୃକ୍ତ ଥିବାରୁ ପୋଲିସ କିଛି କରନି କହିଲେ । ପୋଲିସ ଲୁଚାଇବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ମୃତ ଯୁବତୀଙ୍କ ଭାଇ । ପ୍ରଥମେ ଗୋଟିଏ ଗାଡି ନମ୍ବର କହିଲେ ପରେ ଆଉ ଗୋଟିଏ କହିଲେ । ତଦନ୍ତ ଯେଭଳି ଚାଲିଛି , ପୋଲିସ ଠାରୁ କିଛି ଆଶା ନାହିଁ । ଆମକୁ ନ୍ୟାୟ ଦରକାର ପୋଲିସକୁ ଦଣ୍ଡ ମିଳୁ କହିଲେ ଯୁବତୀଙ୍କ ଭାଇ ।
ରେଞ୍ଜରୋଭର ଦୁର୍ଘଟଣା, ଯୁବତୀ ମୃତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...