ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ଗଜପତି । ଗଜପତି ମହାରାଜା ଦିବ୍ୟ ସିଂହ ଦେବ ସମୀକ୍ଷା କଲେ । କାର୍ଯ୍ୟର ଅଗ୍ରଗତି ଓ କେବେ ସରିବ ସେ ନେଇ କଲେ ଆଲୋଚନା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ । ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ, ଜଗନ୍ନାଥ ବଲ୍ଲଭ ମଠ ଓ ଯାତ୍ରୀ ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି । ସେହିପରି ଶ୍ରୀସେତୁ ପ୍ରକଳ୍ପର ମଧ୍ୟ ବୁଲି ଦେଖିଛନ୍ତି ଗଜପତି ମହାରାଜ । ଆଜି ସଂଧ୍ୟାରେ ନୀତି ସବ କମିଟି ବୈଠକ ବସିବ । ତାପୂର୍ବରୁ ଶ୍ରୀମନ୍ଦିର ଐତିହ୍ୟ କରିଡରର ସମୀକ୍ଷା କରିଛନ୍ତି ଗଜପତି ମହାରାଜ । ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ଉତ୍ସବ ୨୦୨୧ ଡିସେମ୍ବର ୨୧ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖରେ ସରିଥିଲା ।
Views: 74