ଭୁବନେଶ୍ୱର : ଭୁବନେଶ୍ୱର ପଦ୍ମକେଶରୀପୁରରେ ଗୋଷ୍ଠୀ ସଂଘର୍ଷ ଘଟଣା । ପୁରୁଷଙ୍କ ପରେ ଆରମ୍ଭ ହେଲା ମହିଳାଙ୍କୁ ଗିରଫଦାରୀ । ରାତିଅଧିଆ ଛଡାଉ କରି ୫୦ରୁ ଅଧିକ ମହିଳାଙ୍କୁ ଉଠାଇନେଲା ପୋଲିସ । ପୂର୍ବରୁ ଗାଁର ୭୭ ଜଣ ପୁରୁଷଙ୍କୁ ଗିରଫ କରାଯାଇଥିଲା । ପୁରୁଷଙ୍କ ପରେ ମହିଳାଙ୍କୁ ଗିରଫ ଯୋଗୁଁ ଗାଁ ଏବେ ଜନଶୂନ୍ୟ । ସୂଚନା ଅନୁସାରେ ଗତ ସେପ୍ଟେମ୍ୱର ୧ ତାରିଖରେ ସାଇଡମରାକୁ କେନ୍ଦ୍ର କରି ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ପରେ ଗତ ୨୬ ଓ ୨୭ ତାରିଖରେ ପୁଣି ଥରେ ଗଣ୍ଡଗୋଳ ହୋଇଥିଲା। ପ୍ରଥମ ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଥିଲା ଆଉ ଦ୍ବିତୀୟ ଥର ହୋଇଥିବା ଗଣ୍ଡଗୋଳ ଘଟଣାରେ ୭୭ ଜଣ ଗିରଫ ହୋଇଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହା ପଛରେ ରାଜନୈତିକ ଷଡ଼ଯନ୍ତ୍ର ଥିବା କୁହାଯାଉଛି ।
Views: 76