ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଡ ଇଂଜିନିୟର । ସାଲେପୁର ଆରଡବ୍ଲ୍ୟୁ ସବଡିଭିଜନ ଆସିଷ୍ଟାଣ୍ଟ ଇଂଜିନିୟର ଅର୍ଜୁନ ସାହୁ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ରେଡ । ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଭୁବନେଶ୍ୱରରେ ଚାଲିଛି ରେଡ । ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୮ ଡିିଏସପି, ୮ ଇନିସ୍ପେକ୍ଟରଙ୍କ ସମେତ ୭ ଏଏସଆଇ ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ। ଭୁବନେଶ୍ୱର ଖଣ୍ଡଗିରି ବିହାରରେ ଅଛି ତିନି ମହଲା ଘର। ଡେରାବିଶି ସଦାନନ୍ଦପୁରରେ ଅଛି ଦୁଇ ମହଲା ଘର। କେନ୍ଦ୍ରାପଡା ବଳରାମପୁର ଭଡ଼ା ଘରେ ଚଢ଼ାଉ ହୋଇଛି। ସାଲେପୁର ସରକାରୀ ବାସଭବନ ଏବଂ କେନ୍ଦ୍ରାପଡା ରାଇପୁରରେ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ହେଉଛି। କେନ୍ଦ୍ରାପଡା ବଡ଼ହାଟରେ ତାଙ୍କର ସହଯୋଗୀଙ୍କ ଏବଂ କେନ୍ଦ୍ରାପଡାରେ ଅନ୍ୟ ଜଣେ ଘନିଷ୍ଠ ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ାଉଜାରି ରହିଥିବା ସୂଚନା ମିଳିଛି ।
Views: 75