କଟକ : ଚଢ଼ା ଦରରେ ମଦବିକ୍ରି କରିବା ମହଙ୍ଗା ପଡ଼ିଲା । ବୋତଲ ପ୍ରତି ୧୦ ଟଙ୍କା ଅଧିକ ନେଇ ୨୦ ଲକ୍ଷ ଟଙ୍କାର ତଣ୍ଡ ଗଣିଲେ ମଦ ଦୋକାନୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ନିକଟସ୍ଥ ରାମଦାସପୁରରେ ଥିବା ଏକ ମଦ କାଉଣ୍ଟରରେ । କିଛି ଦିନ ତଳେ ରାମଦାସପୁର ଅଞ୍ଚଳରେରେ ଥିବା ମଦ ଦୋକାନୀ ବୋତଲରେ ଯେତିକି ଏମଆରପି ରହିଛି ତା’ ଠାରୁ ୧୦ ଟଙ୍କା ଅଧିକରେ ଲୋକମାନଙ୍କୁ ମଦ ବିକ୍ର କରୁଥିଲା। ଲୋକମାନେ ମଧ୍ୟ ୧୦ଟଙ୍କା ଅଧିକ ଦେଇ ମଦ କିଣିଥିଲେ। ଚଢ଼ା ଦାମରେ ମଦ ବିକ୍ରି କରୁଥିବା ଅଭିଯୋଗ ହେବାରୁ ଖାଉଟି ଅଦାଲତ ଯାଞ୍ଚ ପରେ ଉକ୍ତ ଦୋକାନୀଙ୍କ ଠାରୁ ୨୦ ଲକ୍ଷ ଜରିମାନା ନେଇଥିଲେ। ଖବର ପାଇ ସ୍ଥାନୀୟ ଅବକାରୀ ବିଭାଗର ଏକ ସ୍ପେଶାଲ ଟିମ୍ ସେଠାରେ ଛକି ରହିଥିଲେ। ସନ୍ଧ୍ୟା ସମୟରେ ଗୋଡିସାହି ଆସି ଦୋକାନକୁ ଅତର୍କିତ ଭାବେ ସିଲ୍ କରିଥିଲେ। ଏହା ପରେ ସେହି ଅଞ୍ଚଳରେ ଥିବା ବିଭିନ୍ନ ମଦ ଦୋକାନ ଯାଞ୍ଚ କରିଥିଲେ। କଟକ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ କହିଛନ୍ତି, ବିଗତ ଦିନ ମାନଙ୍କର ଏପରି ଘଟଣା ଯେଉଁଠି ହେବ ତା’ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହି ଦୋକାନ ଉପରେ ଜୋରିମାନା କରାଯିବ। ଏହାସହ ସେହି ଦୋକାନୀ ନାଁରେ ମାମଲା ରୁଜୁ କରାଯିବ।
ଚଢା ଦରରେ ମଦ ବିକି ଦୋକାନୀ ଗଣିଲେ ଫାଇନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











